ବଡ଼ବିଲ (ଶାସକ ପ୍ରଶାସକ) ବଡବିଲରେ ଦ୍ଵିତୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବଡବିଲ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ବୟସ ୨୫ ବର୍ଷ ହୋଇଥିବା ଜଣାପଡିଛି। ସେ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ। ସେ ହାଇଦ୍ରାବାଦରୁ ଏକ ସ୍ବତନ୍ତ୍ର ବସ୍ ଯୋଗେ ଓଡିଶା ପହଞ୍ଚିଥିଲେ। ପାଣିକୋଇଲିରୁ ଏକ ଟ୍ରକ୍ ଯୋଗେ ସେ ବଡବିଲ ଫେରିଥିବା ଜଣାପଡିଛି। ବଡ଼ବିଲ ପହଞ୍ଚିବା ପରେ ତାଙ୍କୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟସ୍ଥିତ କ୍ବାରେଣ୍ଟାଇନ ସେଣ୍ଟରକୁ ନିଆଯାଇଥିଲା। ଗତ ୩୦ ତାରିଖରେ ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଗତ କାଲି ସନ୍ଧ୍ୟାରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ କେନ୍ଦୁଝରସ୍ଥିତ କୋଭିଡ ହସପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ଚିହ୍ନଟ ରୋଗୀଙ୍କ ଭ୍ରମଣ ଇତିହାସ ତଥା ମିଳାମିଶା ଉପରେ ଅନୁଧ୍ୟାନ କରାଯାଉଛି।
Sign in
Sign in
Recover your password.
A password will be e-mailed to you.