ଯେ ଯାହା  କହୁ ମୋର ‘ଢେ଼ା’ : ନିର୍ବାହୀ ଯନ୍ତ୍ରୀ ଜାଣି ନାହାନ୍ତି, ସହକାରୀ ଯନ୍ତ୍ରୀ ଗୋଳାଉଛନ୍ତି

0

 

 

ଜଳ ବିଶୋଧନାଗାରର ନିଷେଧାଞ୍ଚଳ ପାଲଟିଛି ଠିକାଦାରଙ୍କ ଗୋଦାମ 

 

ବାରିପଦା(ଦିଲ୍ଲୀପ ମହାନ୍ତି )– ବାରିପଦା ପୌରଷଦର ବିଭିନ୍ନ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ରହିଛି ଏକ ଜଳ ବିଶୋଧନାଗାର । ଉକ୍ତ ଜଳ ବିଶୋଧନାଗାରକୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯିବା ସଂଗେସଂଗେ ଏ ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ଫାଟକରେ ମଧ୍ୟ ଏକ ବୋଡର଼୍ ଲଗାଯାଇଛି । ମାନେ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ଥିବା ଅଂଚଳ ଏବେ ଠିକାଦାରଙ୍କ ଗୋଦାମ ପାଲଟିଛି | ହେଲେ ସେ ଠିକାଦାର କଣ ସର୍ବସାଧାରଣଙ୍କଠୁ ଗୁରୁତ୍ୱପୂର୍ଣ ? ନ କାହାର ନମଧୁର ସମ୍ପର୍କ !!! ଯାହା ବେଖିଆଲୀଆ ଏ ଯନ୍ତ୍ରୀ ମାନେ, କେବେ ଦପ୍ତରର କୌଣସି ରୁମ କୌଣସି ଠିକାଦାରଙ୍କୁ ବି ଭଡାରେ ଦେଇଦେବେ !!!!

 

  ମାତ୍ର ସମସ୍ତ ଆଇନକାନୁନକୁ ଅଣଦେଖା ପ୍ରଦର୍ଶନ କରାଯାଇ ନିଷେଧାଞ୍ଚଳ ଏବେ ଠିକାଦାରଙ୍କ ଗୋଦାମ ଗୃହ ସହିତ ବାସଗୃହ ପାଲଟି ଯାଇଛି । କିନ୍ତୁ ଏ ବିଷୟରେ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ କୌଣସି ଖବର ନାହିଁ । ତେବେ ନିଷେଧାଞ୍ଚଳକୁ ଠିକାଦାର ଗୋଦାମ ଗୃହରେ ପରିଣତ କରାଇବା ପଛରେ ବିଭାଗୀୟ ସହକାରୀ ଯନ୍ତ୍ରୀ କେ ସି ବେହେରାଙ୍କ ହାତ ରହିଛି ଓ ସେ ଠିକାଦାରଙ୍କ ସହିତ ମିଶି ଠିକାଦାରୀ କାର୍ଯ୍ୟ ଚଳାଇଥିବାର ଅଭିଯୋଗ ହେଉଛି । ତେବେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସହକାରୀ ଯନ୍ତ୍ରୀ ଶ୍ରୀ ବେହେରା । ଜଳ ବିଶୋଧନାଗାର ପରିସରରେ ଦୁଇଟି ଜେସିବି ମେସିନ, ଗୋଟାଏ କ୍ରେନ ସହିତ କେତେକ ଜିଆଇ ପାଇପ ଗଦା ହୋଇଥିବାର ଦେଖିବାକୁ ମିଳିଥିଲା । ତେଣୁ ଏହି ସମସ୍ତ ଜିନିଷ ବିଭାଗର ଅଥବା ଅନ୍ୟ କାହାର ସେ ବିଷୟରେ ସବିଶେଷ ତଥ୍ୟ ସଗ୍ରହ କରିବା ନିମନ୍ତେ ଆମର ମୟୂରଭଞ୍ଜ ଜିଲ୍ଲାପ୍ରତିନିଧି ସେଠାରେ ଡିଉଟିରେ ରହିଥିବା ଏକ କର୍ମଚାରୀଙ୍କୁ ପ୍ରଶ୍ନ କରିବାରୁ ପ୍ରାୟ ତିନିମାସ ହେବ ମେସିନଗୁଡ଼ିକ ରହିଥିବାର ଦେଖିବାକୁ ମିଳୁଛି । ସେହିପରି ଅପ୍ରେଲ ୨୮ ଶନିବାର ପୂର୍ବାହ୍ନରେ ଏକ ଦଶଚକିଆ ଟ୍ରକ ଆସି ଉକ୍ତ ପାଇପିଗୁଡ଼ିକ ଅନଲୋଡ଼ କରୁଥିବାର ଦେଖିଛନ୍ତି । ଆମେ ତଳସ୍ତରର କର୍ମଚାରୀ ହୋଇଥିବାରୁ ଏହାଠାରୁ ଅଧିକ କିଛି ଜଣାନାହିଁ ବୋଲି କହିଥିଲେ । ସେହିପରି ସହକାରୀ ଯନ୍ତ୍ରୀ ଶ୍ରୀବେହେରାଙ୍କୁ ତାଙ୍କର ସେଲ ନମ୍ବର ୯୪୩୭୨୧୮୬୧୪ରେ ଯୋଗାଯୋଗ କରିବାରୁ ପାଇପ କାହାର ତାଙ୍କୁ ଜଣା ନାହିଁ, ତେବେ ମେସିନଗୁଡ଼ିକ ଏକ ଠିକାଦାର ରଖିଥିବାର ଜାଣିଥିବାର କହିଥିଲେ । ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପାର୍ବତୀ ମୋହନ ପରିଡ଼ାଙ୍କୁ ତାଙ୍କର ସେଲ ନମ୍ବର ୯୪୩୯୭୨୫୯୭୫ରେ ଯୋଗାଯୋଗ କରିବାରୁ ଜଳବିଶୋଧନାଗାର ମଧ୍ୟରେ ରହିଥିବା ଜିନିଷଗୁଡ଼ିକ ବିଷୟରେ ତାଙ୍କୁ ଜଣା ନାହିଁ । ତେବେ ବାହାରର ଜନସାଧାରଣ କିମ୍ବା କୌଣସି ଠିକାଦାର ସେମାନଙ୍କର ଯେକୌଣସି ସାମଗ୍ରୀ ବିଭାଗ ପରିସରରେ ରଖିବା କିମ୍ବା ପକାଇବା ଆଇନ ବିରୋଧୀ ବୋଲି କହି ନିଜର ସମସ୍ତ ଦାୟିତ୍ୱ ଶେଷ କରିଦେଇଥିଲେ । ଏହାବ୍ୟତୀତ ଏକ ଠିକାଦାର ବିଭାଗର ଏକ କୋଠରୀକୁ ବର୍ଷ ବର୍ଷ ଧରି ବ୍ୟବହାର କରିଆସୁଛଥିବାର ଅଭିଯୋଗ ହେବା ପରେ ଏବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଯେ ଯାହା  କହୁ ମୋର ‘ଢେ଼ା’ ନୀତିରେ ଅଦ୍ୟାବଧି ସେହି ସରକାରୀ କୋଠରୀ ଠିକାଦାରଙ୍କ ଦଖଲରେ ରହିଛି ଏବଂ ଏହା ସହକାରୀ ଯନ୍ତ୍ରୀଙ୍କ ଜ୍ଞାତସାରରେ ଚାଲିଛି ବୋଲି ଅଭିଯୋଗ ହେଉଛି । ପ୍ରକାଶ ଥାଉକି, ସହକାରୀ ଯନ୍ତ୍ରୀ ଶ୍ରୀବେହେରା ବାରିପଦା ସହରରେ ପ୍ରାୟ ୨୫ ବର୍ଷ ହେବ ଚାକିରୀ କରିବା ସାଙ୍ଗକୁ ପ୍ରମୋଶନ ମଧ୍ୟ ନେଇଛନ୍ତି । ସରକାରଙ୍କ ବଦଳୀ ନୀତି  ଶ୍ରୀବେହେରାଙ୍କ ଚାକିରୀ କ୍ଷେତ୍ରରେ ବନ୍ଧାପଡ଼ିଯାଇଛି ।

29-04-18-B.jpg - 84.73 kB 

Leave A Reply

Your email address will not be published.