ବାଲେଶ୍ୱରରେ ବସ୍ତି ଅଞ୍ଚଳ ସର୍ଭେ ଆରମ୍ଭ

0

28-04-18-BALASORE-slum-area.jpg - 112.55 kB

ବାଲେଶ୍ୱର,(ଉଜ୍ଜ୍ୱଳ କର) : ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ-୨୦୧୭ ଅନୁଯାୟୀ ବାଲେଶ୍ୱର ପୌରପାଳିକା ପକ୍ଷରୁ  ଶୁଭାରମ୍ଭ ହୋଇଛି ସହରର ବିଭିନ୍ନ ବସ୍ତି ଅଂଚଳର ସର୍ଭେ କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୌରପାଳ ଆଲୋକ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୯ ଏବଂ ୧୦ ନମ୍ବର ଦୁଇଗୋଟି ୱାର୍ଡର ସର୍ଭେ ଆରମ୍ଭ କରିଥିଲେ ।୨୦୧୭ ମସିହା ଅଗଷ୍ଟ ମାସ ୧୦ ତାରିଖ ପୂର୍ବରୁ ସହରର ବସ୍ତି ମାନଙ୍କରେ ବସବାସ କରୁଥିବା ପ୍ରତ୍ୟେକ ବାସିନ୍ଦାଙ୍କୁ ଏହି ସର୍ଭେ ମାଧ୍ୟମରେ ଚିହ୍ନଟ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଚିହ୍ନଟ ହୋଇଥିବା ବସ୍ତି ବାସିନ୍ଦାଙ୍କ ପାଇଁ ଭୋଟ ପରିଚୟ ପତ୍ର ବା ରାସନ କାର୍ଡ ଅଥବା ଆଧାରକାର୍ଡ ଥିବା ଅନିର୍ବାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କୁ ବିନାମୂଲ୍ୟରେ ୩୨୩ ବର୍ଗଫୁଟ ଏବଂ ମୂଲ୍ୟଯୁକ୍ତ ୪୮୪ ବର୍ଗଫୁଟ ଜମି ମିଳିପାରିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ । 

ଏହି ସର୍ଭେ କାର୍ଯ୍ୟ ପାଇଁ ଭୂବନେଶ୍ୱରର ‘ଫୋରମ ଫର୍ ଇଂଟିଗ୍ରେଟେଡ୍ ଡେଭେଲୋପମେଂଟ ଏଣ୍ଡ ରିସର୍ଚ୍ଚ ସଂସ୍ଥା’କୁ ଦ୍ୱାୟିତ୍ୱ ଦିଆଯାଇଥିବା ବେଳେ ଏହି ସଂସ୍ଥା ଘରକୁ ଘର ବୁଲି ବସ୍ତି ବାସିନ୍ଦାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବେ । ଏହା ବ୍ୟତୀତ ସଠିକ ତଥ୍ୟ ସଂଗ୍ରହ ପାଇଁ ଟାଟା ଟେକ୍ନିକାଲ ଏଜେନ୍ସି ସହାୟତାରେ ଡ୍ରୋନ କ୍ୟାମେରାର ବ୍ୟବହାର ମଧ୍ୟ କରାଯିବ ବୋଲି ପୌରପାଳ ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ଶିବ ମୁର୍ମୁ, ପୌରପରିଷଦ କର୍ମଚାରୀ ନଳିନୀକାନ୍ତ ପତି ଏବଂ ସଙ୍ଗୀତା ପାଣିଗ୍ରାହୀଙ୍କ ସମେତ ବହୁ ବସ୍ତି ବାସିନ୍ଦା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 

 

 

Leave A Reply

Your email address will not be published.