ହୀରାକୁଦ ମଣ୍ଡଳ ବିଜେପି ପକ୍ଷରୁ ରକ୍ତଦାନ ଶିବିର

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ର ଗତକାଲି  ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି । 

     ଏହି ଅବସରରେ  ଆଜି ସମ୍ବଲପୁର ବିଜେପି ର ହୀରାକୁଦ ମଣ୍ଡଳ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।  ବିଜେପି ଜିଲ୍ଲା ସଭାପତି  ଗିରିଶ ପଟେଲ ଶୁଭାରମ୍ଭ କରିଥିବା ବେଳେ  ହୀରାକୁଦ ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା  ମନୋଜ ସ୍ୱାଇଁ ଓ ଅନୁପ ମିଶ୍ର ଙ୍କ ନେତୃତ୍ୱରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ସୀମାଞ୍ଚଳ ଖଟେଇ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ଜିଲ୍ଲା ଉପସଭାପତି ସମୀର ରଞ୍ଜନ ବାବୁ,  କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ, ସୁଶାନ୍ତ କୁମାର ପୁରୋହିତ, ଫଣି ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ରକ୍ତ ଦାତା ଙ୍କୁ ପୁରସ୍କୃତ ଓ ଉତ୍ସାହିତ କରିଥିଲେ । ଏହା ସହ ବୁର୍ଲା ରକ୍ତ ଭଣ୍ଡାର ର ଅଧିକାରୀ ଓ ସହାୟକ ଗଣ ଙ୍କୁ କୋଭିଡ ଯୋଦ୍ଧା ଭାବରେ ସମ୍ମାନିତ କରିଥିଲେ । ଆଜିର ଏହି ରକ୍ତଦାନ ଶିବିର ରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏହି  କାର୍ଯ୍ୟକ୍ରମ ରେ ବୁର୍ଲା ଜିଲ୍ଲା ବ୍ଲଡ଼ ବେଙ୍କ ର ଅଧିକାରୀ ଓ ସହଯୋଗୀ ଙ୍କ ସଙ୍ଗେ ସଙ୍ଗେ ସମ୍ବଲପୁର ବିଜେପି ର ହୀରାକୁଦ ମଣ୍ଡଳ ବିଜେପି ର ନାରାୟଣ ପଣ୍ଡା, ଲଳିତ ପାଇକରା, ସୁଧୀର ମିଶ୍ର, କିଶୋର ସାହୁ, ଆମର ଗୌଡ଼, ଅଶ୍ୱିନୀ ରାଉତ, ସନାତନ କଣ୍ଟା, ସମୀର ଲୁହାର, ମୁନା ଡାକୁଆ, ଚକ୍ର ସେଟି, ସୁକାନ୍ତ ମହାରଣା, ପ୍ରଦୀପ ପରିଡା, ଶାନ୍ତନୁ ଚୁବେ, ପୁଷ୍ପଞ୍ଜଳୀ ଜେନା, ସବିତା ହୋତା, ପୁର୍ନବାସୀ ପଣ୍ଡା, ଅର୍ଚ୍ଚନା ସାହାଣୀ ପ୍ରମୁଖ ସାମିଲ ଥିଲେ ।

       

Leave A Reply

Your email address will not be published.