ଗୁପ୍ତଚରଗିରି କରୁଥିବା ବେଳେ ଧରାପଡ଼ିଲେ ପାକ ଦୂତାବାସ କର୍ମଚାରୀ : ଭାରତ ଛାଡିବା ପାଇଁ ନିର୍ଦ୍ଦେଶ 

0

ନିଆଦିଲ୍ଲୀ : ଗୁପ୍ତଚରଗିରି କରୁଥିବା ବେଳେ ରେଡ ହାଣ୍ଡ ଧରାପଡ଼ିଲେ ପାକିସ୍ଥାନୀ ଦୂତାବାସ କର୍ମଚାରୀ | ସେମାନଙ୍କୁ ବହିଷ୍କାର କରିବା ସହ ୨୪ ଘଣ୍ଟା ଭିତରେ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର | ମିଳଥିବା ସୂଚନା ଅନୁଯାୟି ସେମାନେ କରଲବାଗର ବିକାନେରଵାଲା ଚୌକ ଠାରେ ଭାରତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ କରିଥିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ  ଧରାପଡ଼ିଥିଲେ | ସେମାନଙ୍କ ନାମ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅଵିଦ ହୁସେନ ଓ କ୍ଲାର୍କ ତହିଁର ଖାଁ | ସୂଚନାଯୋଗ୍ୟ ଯେ ଏହି ଦୁଇଜଣଙ୍କ  ସହ ଆଉ ଜଣେ ଡ୍ରାଇଭର ଜାଭେଦ ହୁସେନଙ୍କ ଉପରେ ନଜର ରଖାଯାଇଥିଲା |

Leave A Reply

Your email address will not be published.