କଫ ସିରଫ ଜବତ : ୧ ଗିରଫ

0

 

ଝାରବନ୍ଧ -ମନୋହର ଦାଶ :  ଲକଡାଉନ ର ସୁଯୋଗ ନେଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲଖମରା ତାରିଣୀ ଛକ ଠାରେ କାଲି ସନ୍ଧ୍ୟା ସମୟ ରେ ପୋଲିସ ପେଟ୍ରୋଲିଂ କରୁଥିବା ବେଲେ । ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ଙ୍କ ନିର୍ଦ୍ଧେଶ କ୍ରମେ ନିଶା ଔଷଧ କାରବାର ରେ ଲିପ୍ତ ଥିବା ଧଉରାଭଟା ଗ୍ରାମ ର ପ୍ରଶାନ୍ତ ଡ଼ନସନା କୁ ଗିରଫ କରିଛି । ସେ ଏକ ଏଚ.ଏଫ.ଡିଲକ୍ସ CG 06 GD 0158 ବାଇକ ରେ 68ଟି ବୋତଲ କଫ ସିରଫ ଚାଲାଣ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ତାକୁ ପିଛା କରି କାବୁ କରିଥିଲେ ।ଏ ନେଇ ଏକ ମାମଲା ରୁଜୁ କରାଯାଇ ତା ବିରୁଦ୍ଧରେ -କେଶ ନଂ69/20 u/s 274/275 ଆ. ଇ.ପିସି ଧାରାରେ କେଶ ରୁଜୁ ହୋଇ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରୀମତୀ ବାର୍ଳା ସୂଚନା ଦେଇଛନ୍ତି ।  ଏହି ଚଢ଼ାଉ ରେ A.S.I ସତ୍ୟାନନ୍ଦ ଭୁଏ A.S.I କେତନ ଧରୁଆ,ଦିଲୀପ ରଥ ,ଏନ ମିଶ୍ର ,ସୁରଥ ବୁଡେକ ,ପ୍ରମୁଖ ସାମିଲ ଥିଲେ ।

 

Leave A Reply

Your email address will not be published.