ଉତ୍କଳ  ଗୈାରବ ମଧୁସୂଦନଙ୍କ ଜୟନ୍ତୀ ପାଳିତ 

0

 

28-04-18-JAAJPUR1.jpg - 70.36 kB

ବ୍ୟାସନଗର(ଜୟଶଙ୍କର ଦାଶ) : ଯାଜପୁରରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ  ୧୭୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଚ୍ଥି ।  ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ  ବ୍ରଜବନ୍ଧୁ ଭୋଳ ମାଲ୍ୟାର୍ପଣ କରିବା ସହ ଓଡିଆ ସ୍ୱାଭିମାନ ଓ ଗୈାରବର ପ୍ରତୀକ ଭାବେ ମଧୁବାବୁ ଚୀର ସ୍ମରଣୀୟ ହୋଇ ରହିଥିବେ ବୋଲି ମତ ଦେଇଥିଲେ ।  ମଧୁବାବୁଙ୍କ ଜୀବନୀରୁ ସଂଘର୍ଷ ଓ ସପଂଳତାର ସୂତ୍ର ମିଳିଥାଏ ବୋଲି ମତ ଦେଇ ଶ୍ରୀ ଭୋଳ ପ୍ରତ୍ୟେକ ଓଡିଆ ତାଙ୍କ ପଦାଙ୍କ ଅନୁସରଣ ପାଇଁ ଆହ୍ୱାନ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା  ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସମାଜସେବୀ ନିଶିଥ ଦାସ, ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ, ଯୋଗ ଗୁରୁ ମନ୍ମଥ ସାମଲ, ଗୋପିନାଥ ସେଠୀ,ଶରତ ମହାପାତ୍ର, ଅଧ୍ୟାପକ ବଳରାମ ମହାନ୍ତି, ସୁରେନ୍ଦ୍ର ମିଶ୍ର, ହୃଷିକେଶ ନାଥ, ସରୋଜ କୁମାର ଜେନା, କୃଷ୍ଣ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।  

 

 

Leave A Reply

Your email address will not be published.