ମୃତ ହାତୀର ଶବ ଜବତ କଲା ବନ ବିଭାଗ

0

28-04-18-elephant-death.jpg - 62.44 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଏକ ମୃତ ହାତୀର ଶବକୁ ଜବତ କରିଛି ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜ ବଇଁଚା ଗ୍ରାମର ଏକ ବିଲରୁ ଏହି ମୃତ ମାଈ ହାତୀଛୁଆ ମରିପଡ଼ିଥିବାର ଗ୍ରାମବାସୀମାନେ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ମୃତ ହାତୀର ଶବକୁ ଜବତ କରି ତାର ପଞ୍ଚନାମା କରାଇବା ପରେ ଗାତ ଖୋଳି ମାଟି ତଳେ ପୋତି ଦେଇଛନ୍ତି । ଉକ୍ତ ହାତୀ ପ୍ରାୟ ୪ ବର୍ଷ ହୋଇଥିବାର ବନ ବିଭାଗ ଅନୁମାନ କରିଛନ୍ତି । ପ୍ରକାଶ ଥାଉକି, ପଡେ଼ାଶୀ ପଶ୍ଚିମବଙ୍ଗ ସୀମା ଦେଇ ଦେଉଳି ରେଞ୍ଜ ମଧ୍ୟକୁ ଏକ ହାତୀ ପଲ ପ୍ରବେଶ କରିଥିବାର ଜଣାପଡ଼ିଛି । ଉକ୍ତ ହାତୀ ପଲରେ ପ୍ରାୟ ୪୦/୪୫ ହାତୀ ରହିଥିବାର ଅନୁମାନ କରାଯାଇଛି । ଅପ୍ରେଲ ୨୭ ଶୁକ୍ରବାର ସନ୍ଧ୍ୟା ସମୟରେ ମୃତ ହାତୀ ଗାଁ ମୁଣ୍ଡରେ ବୁଲୁ ଥିବାର ସ୍ଥାନୀୟ ଜନସାଧାରଣ ଦେଖିଥିବା ବେଳେ ଶନିବାର ପ୍ରାତଃ ସମୟରେ ହାତୀଟି ମରିପଡ଼ିଥିବାର ଦେଖିବାକୁ ମିଳି ଥିଲା । ହାତୀ ମୃତ୍ୟୁର କାରଣ ଅସୁସ୍ଥତା  ବୋଲି ବନ ବିଭାଗ କହୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ମିଳିଛି ।

 ଏବିଷୟରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ବନ ବିଭାଗର ନିୟମ ଅନୁସାରେ ବ୍ୟବଚ୍ଛେଦ କରାଯାଇଛି । ଏଥି ସହିତ ଉକ୍ତ ମାଈ ହାତୀଛୁଆ ନିକଟରୁ ପ୍ରାୟ ୩ ଇଞ୍ଚ ପାଖାପାଖି ରହିଥିବା ଦାନ୍ତକୁ ଉଦ୍ଧାର କରାଯାଇଛି । ମୃତ ହାତୀର ଶରୀରରେ କୌଣସି କ୍ଷତ କିମ୍ବା ରକ୍ତର ଦାଗ ଦେଖିବାକୁ ମିଳି ନ ଥିଲା । ତେବେ ହାତୀ ମୃତ୍ୟୁ ର କାରଣ ବଜ୍ରପାତ ହୋଇପାରିଥାଏ ବୋଲି ମଧ୍ୟ ସନ୍ଦେହ  କରାଯିବାରୁ ତାର ପାଦକୁ ପାଣିରେ ସଫା କରି ପରୀକ୍ଷା କରାଯାଇଥିଲା ବୋଲି  ଘଟଣାସ୍ଥଳରେ  ଉପସ୍ଥିତ ରହିଥିବା ଆମ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.