ବଜ୍ରପାତରେ ପ୍ରାଣ ହରାଇଲା ୧୨ ବର୍ଷର ଝିଅ

0

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଂଜ ଜିଲ୍ଲା  ଜାମୁଦା ଥାନା ଅନ୍ତର୍ଗତ ତେଣ୍ଡରା ଗ୍ରାମରେ ଜନୈକ ନାବାଳିକା ଝିଅ ବଜ୍ରପାତରେ ମୃତ୍ୟୁ ହୋଇଛି । ପ୍ରକାଶ ଥାଉକି ତେଣ୍ଡରା ଗ୍ରାମର ସ୍ବର୍ଗତ ଗୁଲିଆ ଶିର୍କାର ୧୩ ବର୍ଷୀୟା ଝିଅ ଶିବାନି ଶିର୍କା ଗତକାଲି ଘର ସମ୍ମୁଖରେ  ଛିଡ଼ା ହୋଇଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ତାଙ୍କୁ ସଂଗେ ଓ ସଂଗେ ରାଇରଙ୍ଗପୁର ହସ୍ପିଟାଲ ଅଣା ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସେ ସ୍ଥାନୀୟ କସ୍ତୁରବା ସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ରୀ ଥୀଲେ ।ବାପ ଛେଉଣ୍ଡ ଝିଅର ଏଭଳି ଦୁଃଖଦ ମୃତ୍ଯୁରେ ଗାଁରେ ଶୋକରେ ଛାୟା ଖେଳିଯାଇଛି । ପୋଲିସ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ  ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଏଭଳି ଦୁଃଖଦ ଘଟଣା ଶୁଣି ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ଏବଂ ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.