ପଦ୍ମପୁର,(ଶାସକ ପ୍ରଶାସକ): ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ଗିବାହାଲ ଓ ବରତୁଣ୍ତା ଗ୍ରାମ ପଞ୍ଚାୟତ ର କରୋନା ଯୁଦ୍ଧା ଗ୍ରାମର ଝାଙ୍କର ସମେତ ୩୫ ଜଣ ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଓ ଏ ଏନ୍ ଏମ୍ ମାନଙ୍କୁ ପାଦ ଧୋଇ ସମ୍ବର୍ଦ୍ଧନା କରାଯିବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସର୍ଗିବାହାଲ ଗ୍ରା:ପ:ର ଇଛାପାଲି ଓ ବିଶିପାଲି ଗ୍ରାମ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ମତୀ ଯଜ୍ଞ ସେନୀ ଠେଲା,ଜୟନ୍ତୀ ବରିହା, ପ୍ରମୋଦିନୀ ଦୀପ, ଅହଲ୍ୟା ବରିହା,ବିନୋଦିନୀ ସ୍ବାଇଁ,ସାବିତ୍ରୀ ସାବତ,ସୁଭାଷିନୀ ସାହୁ, ସବିତା ବରିହା, ଗୀତାଞୀଳ ଦଣ୍ତସେନା ଏବଂ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ବରତୁଣ୍ତା ଗ୍ରାମ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ମତୀ ଭାଗ୍ଯଲତା ହେର୍ଣ୍ଣା,ଲକ୍ଷ୍ମୀ ଦେଇ ପଟ୍ଟନାୟକ,ଜେବୁନ ବେଗମ୍,ପୁଷ୍ପଲତା କୁମ୍ଭାର,ସିନ୍ଦୁଲତା ସୁନା,ଭାରତୀ ବଗର୍ତ୍ତି,ଦେବକୀ ସୁନା,ସୁମିତ୍ରା ଶବର,ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କରୋନା ଯୋଦ୍ଧା ଭାବେ ଗ୍ରାମବାସୀ ଙ୍କୁ ସଚେତନତା କରିଥିବା ବିଶିପାଲି ଗ୍ରାମର ଝାଙ୍କର ଶ୍ରୀ ଲକ୍ଷ୍ମଣ ବରିହାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରତୀୟ ଜନତା ପାର୍ଟି ଦ୍ବାରା ଆୟୋଜିତ କରାଯାଇଥିବା ଏହି ସମ୍ବର୍ଦ୍ଧନା ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଯୋଗଦେଇ କରୋନା ଯୋଦ୍ଧା ମାନଙ୍କ ପାଦ ଧୋଇ ସମ୍ବର୍ଦ୍ଧିତ କରିଥିଲେ । ଅତିକମ ଦରମା ପାଉଥିବା ସତ୍ବେ ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଓ ଏ ଏନ୍ ଏମ ମାନେ ନିଜର ଜୀବନ କୁ ବିପନ୍ନ କରି କରୋନା ସମୟରେ ଲୋକଙ୍କୁ ସୁରକ୍ଷା ଦେଉଥିବାରୁ ଶ୍ରୀ ପୁରୋହିତ ଏମାନଙ୍କ କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରିତେଶ ବହିଦାର, ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ମାଣ୍ତୋସିଲ ମଣ୍ଡଳ ସଭାପତି ସଂଜୟ ବେହେରା, ବରିଷ୍ଠ ନେତା ଅଶୋକ ମିଶ୍ର, ଦୁଃଶାସନ କୁମ୍ଭାର,ଦୁର୍ଯ୍ୟୋଧନ ପୁଟା,ଅରମାନ ଖାଁ ଆଦି ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବିଶିପାଲି,ଇଛାପୁର ଓ ବରତୁଣ୍ତା ଗ୍ରାମବାସୀ ମାନେ ସଂଗ୍ରହ କରିଥିବା ଅର୍ଥ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କ ହାତରେ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଜମା ଦେଇଥିଲେ । ସର୍ଗିବାହାଲ ଗ୍ରା:ପ ସରପଞ୍ଚ ଶ୍ରୀ ଗୀତାଞୀଳ ବହିଦାର ମଧ୍ୟ ୫ ହଜାର ଟଙ୍କା ଏକ ଚେକ୍ ପିଏମ୍ କେୟାର ପାଣ୍ଠିକୁ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post