ଦେବଗଡ଼ ଜ଼ିଲ୍ଲା କରୋନା ଆକ୍ରାନ୍ତ ଶିକ୍ଷକଙ୍କ ଜମନକିରା ଲିଙ୍କ :ଡାକ୍ତରଙ୍କ ସମେତ ସଙ୍ଗରୋଧରେ ୩୩ ଜଣ

0

ବ୍ୟବସାୟୀ ସଂଘର ସଟଡାଉନ ଦାବୀକୁ ପ୍ରଶାସନର ଅଣ ଦେଖା !

ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସୀମାନ୍ତ ରେ ଅବସ୍ଥିତ ଦେବଗଡ଼ ଜିଲ୍ଲା ଅଧିନସ୍ଥ ତେଲେଇବଣି ବ୍ଲକ ର  ସଡୋ ଗ୍ରାମରେ ସରକାର ଙ୍କ ନିର୍ଦେଶ କ୍ରମେ ଦେବଗଡ଼ ଜିଲ୍ଲା ପ୍ରଶାସନ ପରିଚାଳିତ କରୋନା ରୋଗୀ ଙ୍କ ସଙ୍ଗରୋଧ କେନ୍ଦ୍ର ରେ ରେଜିଷ୍ଟ୍ରସନ ଦାୟିତ୍ୱ ରେ ଥିବା ଜଣେ ଶିକ୍ଷକ ସମେତ ଜଣେ ଆଶାକର୍ମୀ ଙ୍କ ରକ୍ତ ନମୁନା ପଜିଟିଭ ବାହାରିବା ଏବଂ ସମ୍ପୃକ୍ତ ଶିକ୍ଷକ ଜଣକ କରୋନା ପୋଜିଟିଭ ଘୋଷଣା ପୂର୍ବ ଦିନ ଜମନକିରା ଆସି ବିଭିନ୍ନ ଦୋକାନରେ କିଣାକିଣି କରିବା, ସ୍ୱାସ୍ଥ୍ୟ ପରୀକ୍ଷା କରାଇବା, ଭୋଜି ଭାତ କରିବା ଆଦିକୁ ନେଇ ଜମନକିରା ବ୍ଲକ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି l  ଏହାକୁ ନେଇ ଗତ କାଲି ଦିନ ତମାମ ବୁଦ୍ଧିଜୀବୀ ସଚେତନ ନାଗରିକ, ଜମନକିରା ଗ୍ରାମ୍ୟ କମିଟି, ବ୍ୟବସାୟୀ ସଂଘ  ସହ ବ୍ଲକ ପ୍ରଶାସନ ର ବୈଠକ ଅନୁଷ୍ଠିତ ହୋଇଥିଲା l ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ସମୁଦାୟ ୩୩ ଜଣଙ୍କୁ ସଙ୍ଗରୋଧରେ ରହିବାକୁ ନୋଟିସ ଜାରୀ କରିଥିଲା l ଏହା ସହିତ ସନ୍ଧ୍ୟାରେ ଅନୁଷ୍ଠିତ  ଜମନକିରା ଗ୍ରାମ୍ୟ କମିଟି ଏବଂ ବ୍ୟବସାୟୀ ସଂଘର ମିଳିତ ବୈଠକରେ ଆଗାମୀ ଜୁନ  ୨ ତାରିଖ ପର୍ଯ୍ୟନ୍ତ  ଅତ୍ୟାଵଶ୍ୟକ ଦୋକାନ ବ୍ୟତିତ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା l

ମାତ୍ର, ଆଜି ସକାଳୁ ସକାଳୁ ସମ୍ପୃକ୍ତ ଶିକ୍ଷକ ଙ୍କ ଗସ୍ତ ବିବରଣୀ ଆଧାରରେ ନୋଟିସ ଜାରୀ ହୋଇଥିବା କେତେକ ଦୋକାନ ଖୋଲା ଥିବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି l ଏହା ସହିତ ପ୍ରଶାସନ ପକ୍ଷରୁ ଗୃହରେ  ସଙ୍ଗରୋଧ ରହିବାକୁ ନୋଟିସ ଜାରୀ ହୋଇଥିବା  ବ୍ୟକ୍ତି ମାନେ ମଧ୍ୟ ବୁଲାବୁଲି କରୁଛନ୍ତି l  କରୋନା ଆକ୍ରାନ୍ତ ଶିକ୍ଷକଙ୍କ ଆଧାରରେ ୫ ଜଣ ଦୋକାନୀ, ୧ ଜଣ ଡାକ୍ତର, ଜଣେ ପାଥୋଲେବ ଟେକ୍ନିସିଆନ, ଜଣେ ଔଷଧ ଦୋକାନ କର୍ମଚାରୀ ଏବଂ ଟିକିଲି ପଡା ଗ୍ରାମର ୨୫ ଜଣରୁ ଉର୍ଦ୍ଧ ଯୁବକ ସିଧା ସଳଖ ସ୍ୱସ୍ପର୍ଶରେ ଆସିଥିବା ଜଣାଯାଇଛି l ଅନ୍ୟପକ୍ଷରେ ଘଟଣାର ଗୁରୁତ୍ୱ କୁ ଦୃଷ୍ଟିରେ ରଖି  ଜମନକିରା ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନ ଆଗାମୀ ଚବିଶ  ଘଣ୍ଟା ପାଇଁ ଅଞ୍ଚଳକୁ ସଟ ଡାଉନ ଘୋଷଣା ଦାବୀ କରାଯାଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ବ୍ୟବସାୟୀ ସଂଘ ପ୍ରଶାସନିକ ବେଖାତିର ମନୋଭାବ କୁ ନାପସନ୍ଦ କରିଛି l ଆଜି କିନ୍ତୁ, ଜମନକିରା ବ୍ୟବସାୟୀ ସଂଘ  ପକ୍ଷରୁ ଆଗାମୀ ଜୁନ ୨ ତାରିଖ ପର୍ଯ୍ୟନ୍ତ ଅତ୍ୟାଵଶ୍ୟକ ସାମଗ୍ରୀ ଦୋକାନ ବ୍ୟତିତ ସମସ୍ତ ଦୋକାନ ବଜାର ଏବଂ  ଆଗାମୀ କାଲିର ସାପ୍ତାହିକ ହାଟ ବନ୍ଦ ରଖିବାକୁ ଏକ ଅଟୋ ରେ ବୁଲି ବୁଲି  ମାଇକ ଯୋଗେ ପ୍ରଚାର କରାଯାଇଛି l

Leave A Reply

Your email address will not be published.