କରୋନା ଯୋଗୁଁ ସ୍ଥଗିତ ୧୪ତମ ମହିଳା ଚନ୍ଦନ ଉତ୍ସବ 

0

ଭୁବନେଶ୍ୱର (ଶାସକ ପ୍ରଶାସକ): ଶ୍ରୀଶ୍ରୀ ଲିଙ୍ଗରାଜ ଏବଂ ମାଁ ପାର୍ବତୀଙ୍କ ଚନ୍ଦନ ଯାତ୍ରା ସମୟରେ ପୁରୁଣା ଭୂବନେଶ୍ୱର ପ୍ରତ୍ୟେକ ଯୁବ ଅନୁଷ୍ଠାନ,ସାମାଜିକ ଅନୁଷ୍ଠାନ ତଥା ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ଚନ୍ଦନ ଯାତ୍ରା ସହିତ ଲୋକନୃତ୍ୟ ଏବଂ ଭୋଜିର ଆସର ଜମେ। ଏକାମ୍ର ଅଂଚଳର ଜଣାଶୁଣା ସଙ୍ଗଠିକା ଶ୍ରୀମତୀ ରଶ୍ମୀ ମହାପାତ୍ରଙ୍କ ପୌରହିତ୍ୟରେ ଆଜକୁ ୧୩ବର୍ଷ ଧରି  ମହିଳାମାନଙ୍କୁ ନେଇ ମହିଳା ଚନ୍ଦନ ଉତ୍ସବ ପାଳିତ ହୋଇ ଆସୁଥିଲା | କିନ୍ତୁ ଗତବର୍ଷ ମହାବାତ୍ୟା ଫନୀ ଯୋଗୁଁ ଏହି ମହୋତ୍ସବର କର୍ମକର୍ତ୍ତା ଭିନ୍ନ ଭିନ୍ନ  ଜନ ହିତକର କାର୍ଯ୍ୟରେ ଉକ୍ତ ଅର୍ଥ ବିନିଯୋଗକରିଥିଲେ । ବସ୍ତି ଏବଂ ଗାଁର ପିଲାମାନଙ୍କୁ ପାଠ୍ୟଉପକରଣ ଏବଂ ରେଡ୍ କ୍ରସ୍ ସହାୟତାରେ ପଲିଥିନ୍,ଚୁଡା,ବିସ୍କୁଟ୍ ଇତ୍ୟାଦି ବଣ୍ଟନ କରାଯାଇଅଛି । ସରକାକଙ୍କର ନିୟମକୁ ସମ୍ମାନ ଦେଇ ତଥା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମହାମାରୀ କରୋନା ଯୋଗୁଁ ମହିଳା ଚନ୍ଦନ ମହୋତ୍ସବ ବନ୍ଦ ରହିବ । ତେବେ କର୍ମକର୍ତ୍ତା ବୃନ୍ଦଙ୍କ ଆର୍ଥିକ ସହଯୋଗରେ ରାସନ ସାମଗ୍ରୀ ଅଟା,ସୁଜି,ଡାଲି ଇତ୍ୟାଦି ଅସହାୟ ଲୋକଙ୍କୁ ବଣ୍ଟନ କରିବାର ନିଷ୍ପତି ନେଇଛନ୍ତି ବୋଲି ଶ୍ରୀମତୀ ମହାପାତ୍ର ଗଣମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.