ଟିଟିଲାଗଡ (ଗୌରବ ଦର୍ଜୀ) : ଗତକିଛି ଦିନ ହେଲା ଟିଟିଲାଗଡ ର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବା ସହ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ଭାବରେ ରେକର୍ଡ ସୃଷ୍ଟି କରିଛି। ଟିଟିଲାଗଡ ର ତାପମାତ୍ରା ବୃଦ୍ଧି ପାଇବା ସହ ବିଦ୍ୟୁତ୍ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ହେଲା ଟିଟିଲାଗଡ ର ତାପମାତ୍ରା ୪୫ ଡିଗ୍ରୀ ସେଣ୍ଟୀଗ୍ରେଡ଼ ରୁ ଅଧିକ ରହୁଥିବା ବେଳେ ଦିନ ରାତି ଅନବରତ ବିଦ୍ୟୁତ୍ କାଟ ଯୋଗୁଁ ଲୋକମାନଙ୍କ ବଞ୍ଚିବା କଷ୍ଟକର ହୋଇପଡିଲାନି। ଏ ନେଇ ଆଜି ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ଶକ୍ତି ମନ୍ତ୍ରୀ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର୍ ମିଶ୍ରଙ୍କୁ ସାକ୍ଷାତ କରି ଟିଟିଲାଗଡ ରେ ୧୩୨ କେଭି ଗ୍ରିଡ ସ୍ଥାପନ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ ତାଙ୍କ ଭବାନୀପାଟଣା ସ୍ଥିତ ଆବାସିକ କାର୍ଯ୍ୟାଳୟରେ । ଏହା ସହ ବର୍ତ୍ତମାନ ହେଉଥିବା ଘନଘନ ଅଘୋଷିତ ବିଦ୍ୟୁତ୍ କାଟ କୁ ମଧ୍ୟ ବନ୍ଦ୍ କରିବାପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ତେବେ ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର ଦାବିପତ୍ର ଗ୍ରହଣ କରିବା ସହ ଏହା ଟିଟିଲାଗଡ ବାସୀଙ୍କ ଏକ ଯଥାର୍ଥ ଦାବି ବୋଲି କହିଥିଲେ। ପରବର୍ତ୍ତୀ ପର୍ଯ୍ୟାୟ ରେ ଟିଟିଲାଗଡ ବିଧାୟିକାଙ୍କ ସହ ଆଲୋଚନା ଓ ବିଚାରବିମର୍ଶ କରି ଯଥାଶୀଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ସେଠାର ଟିଟିଲାଗଡ ବିକାଶ ସେନା ର ବରିଷ୍ଠ ସଦସ୍ୟ ହରପ୍ରତାପ୍ ଦାସ, ଅଭିନାଶ ବଗର୍ତ୍ତୀ , ମଞ୍ଜିତ୍ ସିଂ ବରିହା, ଚନ୍ଦନ ପଣ୍ଡା, ଶୁଭମ୍ ଆଚାର୍ଯ୍ୟ ପ୍ରମୁଖ।
Sign in
Sign in
Recover your password.
A password will be e-mailed to you.
Prev Post