‘ମୁକ୍ତିପଥ’ କାର୍ଯ୍ୟକ୍ରମ ଜରିଆରେ ଅପରିଚିତଙ୍କ ଅନ୍ତିମ ସଂସ୍କାର କଲା ମାନବ ସେବା ସଂଘ ଟ୍ରଷ୍ଟ

0

ଝାରସୁଗୁଡା ( ସୁବାଷ ସାହାରେ ) :- ଝାରସୁଗୁଡା ମଙ୍ଗଲ ବଜାର ଆହାର କେନ୍ଦ୍ର ନିକଟରୁ ଉଦ୍ଧାର ହୋଇଥିବା ଜଣେ ଅପରିଚିତ(୫୫)ଙ୍କୁ ଜିଲ୍ଲା ସଦର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରା ଯାଉଥିଲା। ଗତ ୨୨ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଝାରସୁଗୁଡା ପୋଲିସର ଆନୁସଙ୍ଗିକ କାମ ସରିବା ପରେ(ୟୁଡ଼ି କେଶ ନଂ ୩୬/.୨୨.୫.୨୦୨୦) ମୃତକଙ୍କ ଶବ ମାନବ ସେବା ସଂଘ ଟ୍ରଷ୍ଟ, ଝାରସୁଗୁଡା କୁ ଆଜି ତା.୨୬.୫.୨୦୨୦ ଦିନ ଶବର ଅନ୍ତିମ ସଂସ୍କାର କରିବା ନିମନ୍ତେ  ହସ୍ତାନ୍ତର କରିଥିଲେ ।  ନିଜର ‘ମୁକ୍ତିପଥ’ କାର୍ଯ୍ୟକ୍ରମ ଜରିଆରେ ମୃତକଙ୍କ ଅନ୍ତିମ ସଂସ୍କାର ବିଧି ମୁତାବକ ମୁକ୍ତିଧାମ, ଝାରସୁଗୁଡ଼ା ରେ କରିଥିଲେ ସଙ୍ଘର କର୍ମକର୍ତ୍ତା ବୃନ୍ଦ । ସଙ୍ଘ ଅଧ୍ୟକ୍ଷ ସୁଭାଷ ସହାରେଙ୍କ ସହ ଝାରସୁଗୁଡା ଥାନାର ଏସଆଇ ଜଗଦୀଶ ଜେନା, ଅତିରିକ୍ତ ତହସିଲଦାର ଜୋବିତା ତିର୍କି, କନେଷ୍ଟବଲ ଜୁଆଲ ତିର୍କି ସମେତ ସଙ୍ଘ ସଭାପତି ରମେଶ ଗାନ୍ଧୀଙ୍କ ସହ ସଭ୍ୟ ରତ୍ନାକର ପଧାନ, ସୋଫିୟା ମିଞ୍ଜ, ମାନସ ସିହ୍ନା, ସରୋଜ କୁମାର ସିଂ, ସରତୁକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସଂଘର କର୍ମକର୍ତ୍ତା ମାନେ 47 ଜଣ ଅପରିଚିତ ଶବର ପୂର୍ଣ ନୀତିନିୟମ ରେ ସତ୍କାର କରିସାରିଛନ୍ତି । ଏହି ନିଃସ୍ୱାର୍ଥପର ସେବା ପାଇଁ ଅଂଚଳରେ ସଙ୍ଘର କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.