http://www.youtube.com/watch?v=FAO8umHJAcY
ଭୁବନେଶ୍ୱର (ଶାସକ ପ୍ରଶାସକ) : ସବୁକିଛି ବିଗାଡିଲା ପରି କରୋନା ବିଗାଡ଼ିଦେଇଛି ଶିକ୍ଷାଦାନ ବ୍ୟବସ୍ଥା | ଲକଡାଉନ ସାମାନ୍ୟ କୋହଳ ହେବାପରେ ଏବେ ସରକାର ଉଦ୍ୟମ ଚଳାଇଛନ୍ତି କେମିତି ସ୍ୱାଭାବିକ କରିହେବ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ | ବିଶେଷ କରି ମହାବଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସ୍ୱାଭାବିକତା ଆଣିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଚାଲିଛି ମାନସ ମନ୍ଥନ | ଆଉ ସେହିକ୍ରମରେ ଆଜି ଲୋକସେବା ଭବନ ଠାରେ UG ଏବଂ PG ସେମିଷ୍ଟର ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଆମ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା ଜାରି ରହିଛି ମନ୍ତ୍ରୀ ଡ଼ ସାହୁଙ୍କ ଅଧ୍ୟକ୍ଷତାରେ |