ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ଥିବା ପ୍ରାବାସୀ ଓଡିଆ ସଙ୍ଗରୋଧ ଗୃହ ଅବ୍ୟବସ୍ଥା ନେଇ ପ୍ରତିବାଦ କରି ଆଜି ଖାଦ୍ୟ ଗ୍ରହଣ କରିନଥିବା ଜଣାଯାଇଛି । ସୂଚନା ଅନୁସାରେ ଆଜକୁ ୧୮ଦିନ ହେବ କୁରାଳ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀମାନେ ୪/୫ଦିନ ଧରି ଏଠାରେ ଚାଲିଥିବା ଅବ୍ୟବସ୍ଥାର ପ୍ରତିବାଦ କରି ଆଜି ଖାଦ୍ୟ ଗ୍ରହଣ କରିନଥିଲେ । ନିମ୍ମମାନର ଖାଦ୍ୟ ସହିତ ଅତ୍ୟାବଶୟକୀୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକ ସଠିକ ଯୋଗାଣ କରାଯାଉନଥିବା ଅଭିଯୋଗ କରିଛନ୍ତି । ଏପରିକି ଫ୍ୟାନ ବୁଲୁନଥିବାରୁ ଅସହ୍ୟ ଗରମରେ ବିନା ଫ୍ୟାନରେ ଶୋଇବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ କରିବାରୁ ସରଂପଚ ପୋଲିସ ଦ୍ୱାରା ବାଡାଇବାର ଧମକ ଦେବାରୁ ସେମାନେ ଆଜି ଖାଦ୍ୟ ଗ୍ରହଣ କରିନାହାଁନ୍ତି ବୋଲି ଏକ ଭିଡିଓ ମାଧ୍ୟମରେ ମୂଖ୍ୟମନ୍ତ୍ରୀ, ତହସିଲଦାର, ବିଡିଓଙ୍କୁ ଏସମ୍ପର୍କରେ ଜଣାଇଥିବା ସହ ତୁରନ୍ତ ଏହାର ସମାଧାନ କରାନଗଲେ ଆମମାନଙ୍କୁ ଘରକୁ ଛାଡିଦିଅନ୍ତୁ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post