ବରଗଡ :- କଳା ହେଉଛି ଭଗବାନଙ୍କ ଏକ ଅନବଦ୍ୟ ସୃଷ୍ଟି ଏବଂ ତାଙ୍କର ବିଶେଷ ଆଶିର୍ବାଦରେ କଳାକାରର ଜନ୍ମ। କୁହାଯାଏ, କଳାକାରର ଆଖି, କାନ, ନାକ, ମସ୍ତିଷ୍କ ସାଧାରଣ ମଣିଷଠାରୁ ଭିନ୍ନ। କଳା ଅନେକ ପ୍ରକାରର; ନୃତ୍ୟ, ସଙ୍ଗୀତ ଓ ଅଭିନୟକୁ ପ୍ରଦର୍ଶନ କଳା କୁହାଯାଇଥାଏ। କିନ୍ତୁ ଦୁଃଖର ବିଷୟ, ଏହି ଈଶ୍ୱରଦତ୍ତ କଳାର ଅଧିକାରୀମାନେ ଆର୍ଥିକରୂପେ ସ୍ୱଚ୍ଛଳ ନୁହନ୍ତି। ସେଥିପାଇଁ ପଶ୍ଚିମ ଓଡିଶାର ଏହି କଳାକାରମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଥମଥର ପାଇଁ ତା.୨୪.୫.୨୦ ଦିନ ଏକ ସଂଘ ଗଠନ କରାଗଲା ପଶ୍ଚିମ ଓଡିଶା କଳାକାର ସଂଘ। ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଅନେକ କଳାକାର ଯୋଗ ଦେଇଥିଲେ। ଲକ୍ ଡାଉନ୍ ଯୋଗୁଁ କଳାକୁ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କଳାକାରମାନଙ୍କ ଦୟନୀୟ ଅବସ୍ଥାକୁ ଦୃଷ୍ଟିରେ ରଖି ସଂଘ ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ ଯୋଗାଇଦେବାକୁ ସ୍ଥିର କରାଗଲା। ନବଗଠିତ ସଂଘର ସଭାପତି ରୂପେ ପ୍ରଦୀପ ଦେବତା, ଉପସଭାପତି ଶାନ୍ତନୁ ସାହୁ ଓ ରମାକାନ୍ତ ହରିପାଲ, ସମ୍ପାଦକ କମଳେଶ ଚକ୍ରବର୍ତ୍ତୀ, ସହ ସମ୍ପାଦକ ଚିନ୍ମୟ ଭୋଇ, କୋଷାଧ୍ୟକ୍ଷ ଜନକ ସେଠ, ସହ କୋଷାଧ୍ୟକ୍ଷ ଜେ ପି ସାହୁ ଓ ସମୀର ବେହେରା ତଥା ଉପଦେଷ୍ଟାମଣ୍ଡଳୀର ସଦସ୍ୟରୂପେ ରମେଶ ମହାନନ୍ଦ, ଜୟନ୍ତ ମହାରଣା, ଲିଟୁ ମହାନ୍ତି, ନବ ମହତ୍ତମ, ଶଙ୍କର ପଟ୍ଟନାୟକ, ଶ୍ରୀରାମ ଲୁହାର, ରଞ୍ଜନ ସାହୁ, ଶଙ୍କର ପ୍ରଧାନ, ମୋହିତ ସ୍ୱାଇଁ ଓ ରତନ ପୂଜାରୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.