ପାରିବାରିକ କଳହରୁ 9 ମାସର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

0

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ): ପାରିବାରିକ କଲହର କରୁଣ ପରିଣତି । ୯ ମାସର ଗର୍ଭବତୀକୁ ମାରିଦେଲା ସ୍ୱାମୀ। ଏମିତି ଏକ ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗାଁ ରେ। ମୃତକ ଜଣକ ହେଲେ ରକ୍ସା ଗାଁର କବିତା ମେହେର। ଅଭିଯୁକ୍ତ ସ୍ୱାମୀ ବଳରାମ ମେହେର ଫେରାର ଥିବା ଜଣାପଡିଛି। ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ ଶ୍ୱଶୁର ଘର ଲୋକେ ବିଭିନ୍ନ ସମୟରେ କବିତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଫଳରେ ଝିଅ ଓ ଜ୍ବାଇଁଙ୍କୁ ଘରେ ଆଣି ରଖିଥିଲେ। ହେଲେ ଆଜି ସକାଳୁ କବିତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ଜ୍ବାଇଁ ହିଁ କବିତା କୁ ଯୋଜନା କରି ମାରିଦେଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସର ତଦନ୍ତ ବେଳେ ବଳରାମ ଫେରାର ଥିବା ପୋଲିସ ସୂଚନା ଦେଇଛି। କବିତାଙ୍କ ମୃତ ଦେହ ଜବତ କରିବା ସହ ପୋଲିସ ଅଧିକ ଅନୁସନ୍ଧାନ ଜାରୀରଖିଛି।

Leave A Reply

Your email address will not be published.