ପଦ୍ମପୁରରେ ମୋଦି ଅନ୍ନ ଆରମ୍ଭ: ଗରିବ ଖଟିଖିଆ ତଥା ଦିନମଜୁରିଆଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

0

 ପଦ୍ମପୁର: ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ଦେଶ ବସି ଗତ ପ୍ରାୟ ଦୁଇ ମାସ ହେଲା ଲକ ଡାଉନ ମାନୁଥିବା ବେଳେ ଦେଶ ର ବହୁ ସ୍ଥାନ ରେ ଘରକୁ ଫେରୁଥିବା ଶ୍ରମିକ ତଥା ଛାତ୍ର ଛାତ୍ରୀ ମାନେ ହଇରାଣ ହେଉଥିବା ରୁ ସୁବିଧା ପାଇଁ ବିଭିନ୍ନ  ସ୍ଥାନରେ ସୁବିଧା ମାନ କରାଯାଉଛି। ସେହି ପରି ରାତି ରେ ମୁଖ୍ୟତଃ ହେଉଥିବା ଅସୁବିଧା କୁ ଦୃଷ୍ଟି ରେ ରଖି ଲୋକଙ୍କ ମଧ୍ୟରୁ କେହି ଭୋକିଲା ନ ରୁହନ୍ତୁ ଏହି ଉଦେଶ୍ୟ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଗରିବ ଖଟିଖିଆ ତଥା ଦିନ ମଜୁରିଆ ଙ୍କ ପାଇଁ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ମୋଦି ଅନ୍ନର ନାମରେ ନାମିତ କରାଯାଇଛି। ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ମଧ୍ୟ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦିପ ପୁରୋହିତ ଙ୍କ ତତ୍ବାବଧାନରେ ପଦ୍ମପୁର ଉପଖଣ୍ଡ ଶାରଳା କୁମାରୀ ଉପଖଣ୍ଡ ଚିକିତ୍ସାଳୟ ନୂତନ କୋଠା ପାଖରେ ରୋଗୀ ଙ୍କ ସମ୍ପର୍କୀୟ ଙ୍କ ପାଇଁ ମାଗଣା ରେ ମୋଦି ଅନ୍ନ ର ବ୍ୟବସ୍ଥା କରାଯାଇଛି।  ବରିଷ୍ଠ ବିଜେପି ନେତା ଶ୍ରୀ ଶିରିଷ କୁମାର ବହିଦାର ନିଜ ହାତରେ ରୋଗୀ ଙ୍କୁ ଖାଇବାକୁ ଦେଇ ମୋଦି ଅନ୍ନ ର ଶୁଭାରମ୍ଭ କରିଥିଲେ। ସାଧାରଣ ଜନତା ଙ୍କ ହିତରେ କରାଯାଇଥିବା ଏହି ବ୍ୟବସ୍ଥା କୁ ପଦ୍ମପୁର ଜନସାଧାରଣ ସହୃଦୟେ ସ୍ୱାଗତ ଜଣାଇଥିବା ବେଳେ ଲକ ଡାଉନ ସରିବା ଯାଏ ଏହି ବ୍ୟବସ୍ଥା ପ୍ରତିଦିନ ରହିବ ବୋଲି ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର ସୂଚନା ଦେଇଛନ୍ତି। ଏହି ସମୟରେ ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲ, ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବିଜେପି ନେତା ଅଶୋକ ମିଶ୍ର, ଡା. ନାରାୟଣ ପୁରୋହିତ, ସରୋଜ ମିଶ୍ର, ଆଦିତ୍ୟ ରଥ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ନାଥ, ନରୋତ୍ତମ ପଧାନ, ନାରୀ ନେତ୍ରୀ ଜ୍ୟୋତ୍ସ୍ନା ରାଣୀ କର,ଚିନ୍ମୟ ପଣ୍ଡା, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ସେବକ ମେହେର, ହିତେଶ ଅଗ୍ରୱାଲ, ନବ କିଶୋର କଣ୍ଟା, ସୁରେଶ ସାହୁ, ନବକିଶୋର ମେହେର, ଦିନେଶ ବାରିକ, ସୁରଜ ସୁନା, ରାଜୀବ ବଗର୍ତ୍ତି, କାହ୍ନା ବାରିକ  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave A Reply

Your email address will not be published.