ଲକ ଡାଉନ ବେଳେ ମାହାର ପରିବାରର ଜୀବିକା କ୍ଷତିଗ୍ରସ୍ତ : ସହାୟତା ପାଇଁ ରାଜ୍ୟ ସରକାରଙ୍କ ଠାରେ ଗୁହାରି 

0

ବରଗଡ଼(ଶାସକ ପ୍ରଶାସକ):  ପଦ୍ମପୁର ଅଞ୍ଚଳରେ ବାଉଁଶ ଦ୍ବାରା ଭୂଗା,ଟୁପା,କୁଲା,ଭୁଗୁଳି,ଡଲା,ତାଟିଆ,ଧୁକୁନା,ଚାଳ ବାଡା ନିର୍ମାଣ କରି ଚଳୁଥିବା ପାଖାପାଖି ୧ ହଜାର ପରିବାର ଲକ୍ ଡାଉନ ଚାଲିଥିବାରୁ ୨ ମାସ ହେବ ନିଜର ଜୀବିକା ହରାଇ ବସିଛନ୍ତି  । ବାହାଘର,ବ୍ରତ,ମନ୍ଦିର ପୂଜା ବିଧି କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ଥିବାରୁ ବାଉଁଶ ତିଆରି ସାମଗ୍ରୀ ର ଆଉ ଆବଶ୍ୟକତା ରହି ନାହିଁ  । ବାଉଁଶ ରେ ଏଭଲି ସାମଗ୍ରୀ ତିଆରି କରୁଥିବା ମାହାର ଜାତିର ପଦ୍ମପୁର ଅଞ୍ଚଳ ବ୍ରାହ୍ମଣିଡିହି, ତେଳମହୁଲ,କଟାପାଲି,ଗୁନଚାଡିହି,ଡେଙ୍ଗନାଡିହି,ମାଗୁରମାଲ,ସଲେପାଲି ଏଭଲି ପ୍ରାୟ ୧୫ ଟି ଗ୍ରାମର ପାଖାପାଖି  ୨ ହଜାର ପରିବାର ସେମାନଙ୍କ ଜୀବିକା ହରାଇଛନ୍ତି । ଆଜି ପାଖାପାଖି ୪୦ ରୁ ଉର୍ଦ୍ଧ୍ବ ମହିଳା,ପୁରୁଷ ସେମାନଙ୍କ ଦ୍ବାରା ନିର୍ମିତ ଭୁଗା,ଟୁପା,କୁଲା ଆଦି ସାମଗ୍ରୀ ଧରି ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଏହି ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ଠାରେ ଗୁହାରି କରିଥିଲେ । ଏହି ସମାଜର ଅଧିକାଂଶ ଅତି ଗରିବ ଓ ଦାରିଦ୍ର ସୀମା ରେଖା ତଳେ ରହିଛନ୍ତି  । ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବାବେଲେ ଶ୍ରୀମତୀ ଦେବକି କୁମରିଆ,ଲକ୍ଷ୍ମୀ ତୁମଳିଆ,ସରୋଜିନୀ ଲଳିତା ଢଳମିଆ,ଡାଲିମ ନାଏକ,ତ୍ରିବେଣୀ ତୁମଳିଆ,ମିରା ତମଳିଆ,ସନ୍ଧ୍ୟା ବାହିକ ଓ ଶ୍ରୀ ହେମନ୍ତ କୁମାରିଆ,ଅଲେଖ କୁମରିଆ,ଘନଶ୍ଯାମ ତମଳିଆ ସମେତ ବହୁ ମହିଳା, ପୁରୁଷ ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଦାବି ପତ୍ର ଗ୍ରହଣ କରି ଦାବି ଯଥାର୍ଥ ଓ ସରକାରଙ୍କୁ ଏ ବିଷୟରେ ଅବଗତ କରାଇବେ ବୋଲି କହିଥିଲେ  । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ମାହାର ସମାଜର ପ୍ରତ୍ୟେକ ପରିବାର କୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ଦାବି ଉଠାଇଛନ୍ତି  ।

Leave A Reply

Your email address will not be published.