ବେଆଇନ ବାଲି ଚୋରି ଚାଲାଣ ଜଗଦଲପୁର ପୋଲିସ ଦ୍ବାରା ୩ ଟ୍ରାକ୍ଟର ଜବତ

0 1

ଝାରବନ୍ଧ-ମନୋହର ଦାଶ : ସାରା ବିଶ୍ୱରେ କରୋନା ବିଭୀଷିକାର ଦେଖାଦେଇ ଥିବା ବେଳେ ସାଧାରଣ ଜୀବନ ଯାପନ ପ୍ରଣାଳୀ ରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଭାରତ ସରକାର ଓ ଓଡିଶା ସରକାର ଦେଶ ତଥା ରାଜ୍ୟ ରେ ଲକଡାଉନ ବ୍ୟବସ୍ତା କଡା କଡୀ କରିବା ସହ କରୋନା ସଂକ୍ରମଣ କୁ ପ୍ରତିହିତ କରାଇବାକୁ ଅଛନ୍ତି । ଏହି ସ୍ଥିତି ରେ ପ୍ରଶାସନିକ ଅଧିକାରୀ କର୍ମଚାରୀ ପୋଲିସ ବିଭାଗ ଆଜି ଯୋଦ୍ଧା ଭାବେ କରୋନା ଶତ୍ରୁର ମୁକାବିଲା ରେ ଥିବା ବେଳେ ଏହି ସୁଯୋଗ କୁ ହାତ ଛଡା କରୁନାହାନ୍ତି ।

ଚୋର ଓ ମାଫିଆ ଙ୍କ ଦ୍ୱାରା ରାତା ରାତି ଦଲବଦ୍ଧ ଭାବେ ଲୁଟ ହେଉଥିବା ଜାଣି ଜଗଦଲପୁର ପୋଲିସ ସଜାଗ ହେଉଥିବା ଜଣାଯାଇଛି ।

ବରଗଡ ଜିଲ୍ଲା ଝାରବନ୍ଧ ତହସିଲ ଜଗଦଲପୁର ଥାନା ବଡ଼କୁଞ୍ଜରୀ ଗ୍ରାମର ଜୟଦେବ ପଟେଲ,ଭୁବନେଶ୍ୱର ପଟେଲ,ଭୋଜରାଜ ପଟେଲ ନିକଟସ୍ତ ଅଙ୍ଗନଦୀରୁ ଅସତ ଉପାୟ ରେ ବାଲି ଚୋରି କରୁଥିବା ଜଣାଯାଇଛି ।ଏହି ସ୍ଥିତି କୁ ସୁଧାର ଆଣିବା ପାଇଁ ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳା ବିଶେଷ ସୂତ୍ର ରୁ ଖବର ପାଇ ତାଙ୍କ ନିର୍ଦ୍ଦେଶରେ ରାତ୍ରରେ ଚଢ଼ଉ କରି 3 ଗୋଟି ବାଲି ଚୋରି ଟ୍ରାକ୍ଟରକୁ ଜବତ କରିଥିଲେ ।

ଓଡ଼ିଶା ଓ ଛତିଶଗଡ଼ ସୀମା ସିଲ ଥିଲେ ମଧ୍ୟ ଅନ୍ୟ ରାସ୍ତା ଦେଇ ଛତିଶଗଡକୁ ବାଲି ନେଉଥିଲେ ।ଟ୍ରାକ୍ଟର ମାଲିକ ପ୍ରତ୍ୟକ ଜରିମାନା ଓ ରୟାଲୀଟି ବାବଦକୁ ଆଠ ହଜାର ଲେଖାଏ ତହସିଲ କୁ ପ୍ରଦାନ କରିଥିଲେ । ସର୍ବମୋଟ ୨୪୦୦୦ ଟଙ୍କା ଆଦାୟ ହୋଇଥିବା ଜଣାଯାଏ । ଚଢ଼ାଉ କାର୍ଯ୍ୟକ୍ରମ ରେ A.S.I ସତ୍ୟାନନ୍ଦ ଭୁଏ ,କେତନ ଧରୁଆ, ଓ ଅନ୍ୟ ପୋଲିସ କର୍ମଚାରି ପେଟ୍ରୋଲିଂ କରୁଥିବା ବେଳେ ଟ୍ରାକ୍ଟର ଗୁଡିକୁ ଅଟକ ରଖିଥିଲେ ।

Leave A Reply

Your email address will not be published.