ବିଷ ପିଇ ଜୀବନ ହାରିଲେ ନାବାଳିକା

0 1

ବୁଗୁଡା/  ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଜଣେ ୧୭ ବର୍ଷ ବୟସ୍କା ନାବାଳିକା ମଙ୍ଗଳବାର ଦିନ ବିଷପାନ କରି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମାଣିତରା କଲେଜରେ ଅଧ୍ୟୟନ କରି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପରୀକ୍ଷା ଦେଇଥିବା ଜଣା ପଡ଼ିଛି। ଏହି ନାବାଳିକା ଜଣକ କୌଣସି କାରଣରୁ ବିଷପାନ  କରିଥିବା ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ଜଣଙ୍କ ମୃତ୍ୟୁ ବରଣ କରିଥିଲେ। ଡାକ୍ତର ମୃତ୍ୟୁ ଘୋଷଣା କଲାପରେ ବୁଗୁଡା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ବୁଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.