ବାରିପଦା(ଦିଲ୍ଲୀପ ମହାନ୍ତି):- ଉଦାହରଣ ସୃଷ୍ଟି କଲେ ମହିଳା ଥାନା ଅଧିକାରିଣୀ। ନିଜେ କୁରାଢ଼ି ଧରି ଗଛ କାଟି ରାସ୍ତା ସଫା କଲେ। ଯାହାକି ସାଧାରଣରେ ପ୍ରଶଂସା କରାଯାଇଛି। ରାସଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ ଆଜି ଅମ୍ଫାନ୍ କାରଣରୁ ଏହି ଅଞ୍ଚଳରେ ଭାଙ୍ଗି ପଡ଼ିଥିବା ଏକ ଗଛକୁ କାଟି ରାସ୍ତା ସଫା କରିଛନ୍ତି। ଯଦିଓ ଏନେଇ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା, ମାତ୍ର ସେମାନେ ଆସିବାରେ ବିଳମ୍ବ ଘଟିବାରୁ ନିଜେ ଆଇଆଇସି ଗଛ କାଟିବାକୁ ଅଣ୍ଟା ଭିଡ଼ିଥିଲେ। ନିଜର ସହକର୍ମୀଙ୍କ ସହାୟତାରେ ଲୋପାମୁଦ୍ରା ଗଛ କାଟି ରାସ୍ତା ସଫା କରିଥିଲେ। ଏହି ଘଟଣାକୁ ଟୁଇଟ୍ କରି ଏସପି ସ୍ମିତ୍ ପି ପରମାର୍ ମଧ୍ୟ ପ୍ରଶଂସା କରିଛନ୍ତି। ଏହାସହିତ ଲୋପାମୁଦ୍ରା ବିଭିନ୍ନ ଆଶ୍ରୟସ୍ଥଳ ବୁଲି ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବା ଏବଂ ଶୁଖିଲା ଖାଦ୍ୟ ବାଣ୍ଟିବା ମଧ୍ୟ ଦେଖାଦେଇଛି |
Sign in
Sign in
Recover your password.
A password will be e-mailed to you.
Prev Post