ବୋୖଦ୍ଧ ରେ ଏକା ଥରକେ 28 ପଜେଟିଭ୍

0

୩୩ ଛୁଇଁଲା ପଜେଟିଭ ସଂଖ୍ୟା, ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟର ରେ ରହୁଥିଲେ

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୌଦ୍ଧରେ ଏକା ଥରକେ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ପୂର୍ବରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବୌଦ୍ଧରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ 33ରେ ପହଁଚିଲା। ତେବେ ଏହି 28 ଜଣ ଆକ୍ରାନ୍ତ ବ୍ୟକ୍ତିମନେ ହରଭଙ୍ଗା ବ୍ଲକ ଅଡେନିଗଡ଼, ବାଣୀଭୂଷଣପୁର ଏବଂ ବୀରନରସିଂହପୁର କ୍ୱରେଣ୍ଟିନ କେନ୍ଦ୍ରରେ ରହିଥିଲେ। ଏମାନଙ୍କ ମଧ୍ୟରୁ ଗୁଜୁରାଟରୁ ଫେରିଥିବା 20 ଜଣ, ମହାରାଷ୍ଟ୍ରରୁ 1 ଜଣେ, ତେଲେଙ୍ଗାନାରୁ 2 ଜଣ ଓ ଆନ୍ଧ୍ରପ୍ରଦେଶରୁ 5 ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି। ଆଜି 7 ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ବାକି 21 ଜଣଙ୍କୁ ବୌଦ୍ଧ କୋଭିଡ-19 ଡକ୍ଟରଖାନରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସିଡିଏମଓ ଲାଷ୍ମୀଧର ସାହୁ।

Leave A Reply

Your email address will not be published.