କରୋନା ଯୁଦ୍ଧରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସାମିଲ ; କୁଳପତି ପିନ୍ଧିଲେ ମାସ୍କ, ସାନିଟାଈଜ଼ ହେଲା ବିଭିନ୍ନ ବିଭାଗ
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ଲଢେ଼ଇରେ ସାମିଲ ହୋଇଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ । କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାମାଙ୍କିତ ୬ ହଜାରରୁ ଅଧିକ ମାସ୍କ ବାରିପଦା ଓ କେନ୍ଦୁଝର କ୍ୟାମ୍ପସରେ ପ୍ରତ୍ୟେକ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏହି ଅବସରରେ କୁଳପତିପ୍ରଫେସର ପ୍ରଦୀପ ଚାନ୍ଦ କରୋନା ମହାମାରୀର ଭୟାବହତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବିଶ୍ୱବିଦ୍ୟାଳୟରେ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । କୁଳପତିଙ୍କପରାମର୍ଶ କ୍ରମେ ମାସ୍କ ପ୍ରସ୍ତୁତି ଓ ବଣ୍ଟନ କାର୍ଯ୍ୟକୁ ଜାତୀୟ ସେବା ଯୋଜନା(ଏନଏସଏସ) ବୁ୍ୟରୋର ଅଧିକାରୀମାନେ ପରିଚାଳନା କରିଥିଲେ । ଶେଷରେ କ୍ୟାମ୍ପସ ପରିସରରେ ରହିଥିବା ବିଭିନ୍ନ ଦପ୍ତର, କେନ୍ଦ୍ରିୟ ପାଠାଗାର, ବିଭିନ୍ନ ଶୈକ୍ଷିକ ବିଭାଗଗୁଡ଼ିକୁ କୁଳପତିଙ୍କଉପସ୍ଥିତିରେ ବିଶୋଧନ କରାଯାଇଥିଲା । ଏହି ସମୟରେ କୁଳସଚିବ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଏନଏସଏସ ମୁକ୍ତ ଶାଖା କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତି ରଞ୍ଜନ ଦାସ, ସହକାରୀପ୍ରଫେସର ସୃଷ୍ଟିଧର ରାଉତ, ରବୀନ୍ଦ୍ର ମିଶ୍ର, ଶାନ୍ତିସ୍ୱରୂପ ବସା, ପାର୍ଥସାରଥୀ ମିଶ୍ର, ନବୀନ କୁମାର ସାହୁ, ସୀତାରାମ ଦାସ, ଦେବବ୍ରତ ନନ୍ଦୀ, ବିଚିଥାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।