ଜୟନ୍ତୀ ନାଏକ ଘଟଣା :  ତଦନ୍ତ ଦାବିରେ ଭୀମସାର ଘେରାଓ କଲା ବିଜେପି ବୁର୍ଲା ମଣ୍ଡଳ 

0

ସମ୍ବଲପୁରରୁ /ରମାକାନ୍ତ ବିଶ୍ବାଳ : ଗତ ୧୪ ତାରିଖରୁ ସମ୍ବଲପୁର ଅଞ୍ଚଳରେ ଚର୍ଚ୍ଚା ରେ ରହିଥିବା ଝାରସୁଗୁଡା କିର୍ମିରା ବ୍ଲକ ର ଶ୍ରୀମତୀ ଜୟନ୍ତୀ ନାଏକ ଙ୍କର ଘଟଣା ବର୍ତ୍ତମାନ ନେଇଛି ଏକ ନୂଆ ମୋଡ଼ । ଡାକ୍ତର ଙ୍କର ଅବହେଳା କୁ ନେଇ ଆଜି ବିଜେପି ବୁର୍ଲା ମଣ୍ଡଳ ତରଫରୁ ଭୀମସାର ରେ ଏକ ଘେରାଓ କାର୍ଯ୍ୟକ୍ରମ ହୋଇଯାଇଛି । ଆନ୍ଦୋଳନକାରୀ ମନେ ଅଧିକ୍ଷକ, ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କୁ ସାକ୍ଷାତ କରି ଘଟଣାର ଉଚିତ ଓ ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଦାବୀ ପତ୍ର ପ୍ରଦାନ କରିଥିଲେ । ଆଉ ଏଭଳି ଘଟଣା ର ପୁନରାବୃତ୍ତି ନହେଉ ବୋଲି ଅନୁରୋଧ କରିଥିଲେ ।

         ଘେରାଉ  କାର୍ଯ୍ୟକ୍ରମ ରେ ପୂର୍ବତନ ନଗରପାଳ ବିଷ୍ଣୁ ରକ୍ଷିତ, ବୁର୍ଲା ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଗୌତମ ଲାମା ଜିଲ୍ଲା ପ୍ରତିନିଧି ସଞ୍ଜୀବ ବର୍ମା, ସାଂସଦ ପ୍ରତିନିଧି ଅଶୋକ ସାହୁ ଯୁବ ମୋର୍ଚ୍ଚା ସଭାପତି ସୁମନ୍ତ କୁମାର ନାଏକ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଅରୁନ୍ଧତୀ ପତ୍ର ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ  ଅଶୋକ ସାହୁ, ସଶ୍ମିତା ଦ୍ବିବେଦୀ, ସୁଧିର ପରିଡା, ବିକାଶ ରାଏ, ପ୍ରତୀକ ମହାପାତ୍ର, ଅନିଲ ଶାହା, ତପନ ମାଝି ଓ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

Leave A Reply

Your email address will not be published.