ଆମ୍ପନ ଆହ୍ବାନ  : ତାଳଚୁଆ ମେରାଇନ ଅଂଚଳ ଗସ୍ତ କରି ସ୍ଥିତି ସମୀକ୍ଷା କଲେ ଡ଼ିଆଇଜି ଆଶିଷ ସିଂ

0

କେନ୍ଦ୍ରାପଡା/ ଶାସକ ପ୍ରଶାସକ : ମାଡି ଆସୁଛି ବାତ୍ୟା ଆମ୍ପନ | ଓଡ଼ିଶାର ଉପକୂଳ ଅଂଚଳରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା ବ୍ୟକ୍ତ କରିଛି ପାଣିପାଗ ବିଭାଗ | ଆଉ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ବ୍ୟାପକ ଆଗୁଆ ସତର୍କତାମୂଳକ ପଦକ୍ଷେପ | ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ଜିଲା ପ୍ରଶାସନ ବି ଜିଲ୍ଲାବାସୀଙ୍କ ସୁରକ୍ଷା ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ନିରାପଦସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ ଜାରି ରହିଛି | ପ୍ରଭାବିତ ଅଂଚଳରେ ଆମ୍ପନ ପ୍ରସ୍ତୁତି ଓ ମୁକାବିଲାକୁ ପ୍ରଭାବୀ ତଥା ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ବରିଷ୍ଠ ଆଧିକାରୀଙ୍କୁ ଦେଇଛନ୍ତି ଜିଲ୍ଲା ଦାୟିତ୍ୱ | ଏହିକ୍ରମରେ ଦକ୍ଷ ଆଇପିଏସ ଅଫିସର ତଥା କେନ୍ଦ୍ରାଞ୍ଚଳ ଡ଼ିଆଇଜି ଆଶିଷ ସିଂଙ୍କୁ ଦିଆଯାଇଛି କେନ୍ଦ୍ରାପଡା ଜିଲା ଦାୟିତ୍ୱ | ଜିରୋ କାଜୁଆଲିଟି ଆଭିମୁଖ୍ୟ ନେଇ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା  ଆହ୍ୱାନ ପରିପ୍ରେକ୍ଷୀରେ ଦାୟିତ୍ୱ ପାଇବା ପରେ ଶ୍ରୀ ସିଂ ତୁରନ୍ତ ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ  ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହିତ  ବିଭିନ୍ନ ସମ୍ଭାଵ୍ୟ ପ୍ରଭାବିତ ଅଂଚଳ (ଗ୍ରାଉଣ୍ଡ ଜିରୋ)ରେ ପହଂଚି  ସ୍ଥିତି ଅନୁଧ୍ୟାନ କରିଛନ୍ତି | ଆଜି  କେନ୍ଦ୍ରାପଡା ଏସପି ନୀତିଶେଖର, ତାଳଚୁଆ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କ ସହ  ତାଳଚୁଆ ମେରାଇନ ଅଂଚଳ ଗସ୍ତ କରି  ସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଡିଆଇଜି ଶ୍ରୀ ସିଂ | ଏ ଅବସରରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ପ୍ରଶାସନର ପରାମର୍ଶ ଅନୁଯାଇ ସମୟ ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ପରାମର୍ଶ ଦେଇଥିଲେ | 

 

Leave A Reply

Your email address will not be published.