ତାମିଲନାଡୁରେ ଫସି ରହିଛନ୍ତି ୧୬ ଜଣ ଶ୍ରମିକ

0

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ଗଞ୍ଜାମ ଜିଲ୍ଲାର ୧୬ ଜଣ ଶ୍ରମିକ ତାମିଲନାଡୁର ଥିରୁଭେଲୁର ଜିଲ୍ଲାରେ ଫସି ରହିଥିବା ବେଳେ, ସେମାନେ ନିଜ ଜିଲ୍ଲା ଗଞ୍ଜାମକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେଥର ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ସହଯୋଗ କରୁନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି।

ଥିରୁଭେଲୁର ଜିଲ୍ଲାରେ ଫସି ରହିଥିବା ଶ୍ରମିକ ମାନେ ହେଲେ ବୁଗୁଡା ଏନଏସିର ୩ ଜଣ, ବୁଗୁଡା ବ୍ଲକର ୯ ଜଣ, ପୋଲସରା ବ୍ଲକର ୩  ଜଣ ଓ ଜଗନ୍ନାଥ ପ୍ରସାଦ ବ୍ଲକ ଜଣେ, ଏହିପରି ମୋଟ ୧୬ ଜଣ ଶ୍ରମିକ ଦୟନୀୟ ଅବସ୍ଥାରେ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ବୁଗୁଡା ବ୍ଲକ ସୋଲଣ୍ଡି ଗ୍ରାମର ପ୍ରଶନ କୁମାର ଭୂୟାଁ ଙ୍କ ମୋବାଇଲ ନଂ ୭୬୮୨୯୮୧୧୫୦ ନମ୍ବରକୁ ଫୋନ କରବା ବେଳେ ସେ ପ୍ରକାଶ କରିଥିଲେ ଯେ ସେମାନେ ଭାରତୀୟ  ପୁଲଭେରୀସେରସ ସିଟିକଟ ଇଣ୍ଡଷ୍ଟ୍ରିଆଲ  ପାର୍କ, ପ୍ଲଟ ନଂ ୧୧/୨ , ପିନ କୋଡ଼ ୬୦୧୨୦୨ , ଜିଲ୍ଲା- ଥିରୁଭେଲୁର ରେ କାମ କରୁଥିବା ବେଳେ ଫ୍ୟାକ୍ଟେରୀ ବନ୍ଦ ହେବା ଯୋଗୁଁ ସେମାନେ ଚାଲି ଚାଲି ପ୍ରାୟ ୧୫ କିଲୋମିଟର ଫେରିବା ପରେ ସେମାନଙ୍କୁ ମାଦରପଟମ ପୋଲିସ ଥାନା ଇଲାକାରେ ଅଟକାଇ ରଖାଯାଇଛି। ସେମାନଙ୍କୁ ନିରାପଦରେ ଫେରାଇ ଆଣିବାକୁ ବୁଗୁଡା ଏନଏସି ପ୍ରଶାସନ, ଏବଂ ବୁଗୁଡା, ପୋଲସରା ଓ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ  ଦୃଷ୍ଟି ଦେବାକୁ ଫସି ରହିଥିବା ଶ୍ରମିକ ମାନେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.