ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ୨୮୦ ଘର ବିଶିଷ୍ଟ ଏକ କ୍ଷୁଦ୍ର ପଲ୍ଲୀ ଗ୍ରାମ ଅଟେ ବାଦୁଆ। ଗ୍ରାମର ହାତ ଗଣତି ପାଞ୍ଚ ସାତ ଜଣ ଚାକିରିଆ ଥିବା ବେଳେ ଅନ୍ୟ ସମସ୍ତ ହେଉଛନ୍ତି ମଧ୍ୟବିତ୍ତ ଓ ଗରିବ ଚାଷୀ ଓ ମୁଲିଆ ପରିବାର। ଧନରେ ଏହି ଗ୍ରାମବାସୀ ବହୁତ ଦୁର୍ବଳ, ହେଲେ ଏମାନଙ୍କ ମନବଳ ବହୁତ ସୁଦୃଢ। ପୂର୍ବରୁ ଗ୍ରାମର ଯୁବ ବାହିନୀ ମାସ୍କ ବାଣ୍ଟି କରୋନା ସମ୍ପର୍କରେ ସଚେତନତା କରଥିବା ବେଳେ ବର୍ତ୍ତମାନ ଏକ ନିଃସହାୟ ପରିବାରକୁ ଗ୍ରାମ ପକ୍ଷରୁ ସହାୟତାର ହାତ ବଢ଼ାଇ ସୃଷ୍ଟି କରିଛନ୍ତି ମହାନ ଆଦର୍ଶ। ଗତ ମଇ ୮ ତାରିଖ ଦିନ ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର ସୁରାଟ ଫେରନ୍ତା ଶ୍ରମିକ ପ୍ରଫୁଲ ବେହେର ଗଞ୍ଜାମ ଜିଲ୍ଲାରେ ପ୍ରଥମ ବ୍ୟକ୍ତି ଯେ କି କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିଲେ। ହେଲେ ସେ ଛାଡି ଯାଉଥିଲେ ନିଜର ବିଧବା ପତ୍ନୀ ସହ ବୁଢ଼ୀ ମା ଓ ଚାରି ଝିଅକୁ ନିରାଶ୍ରୟ କରି। ମାତ୍ର ବିଧିର ବିଧାନ ଅଲଗା। ଜନସାଧାରଣ ଏହି ନିରୀହ ପରିବାରକୁ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଲେ। ପ୍ରଥମେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହାପରେ ସିନେ ତାରକା ଅର୍ଦ୍ଧେନ୍ଦୁ ୫୦ ହଜାର ଟଙ୍କା ସହାୟତା ଦେବାସହ ବିଭିନ୍ନ ଶ୍ରେଣୀ ଓ ବର୍ଗରୁ ସହାୟତାର ସୁଅ ଛୁଟିବାରେ ଲାଗିଛି। ମଇ ୧୮ ତାରିଖ ଦିନ ବାଦୁଆ ଗ୍ରାମବାସୀଙ୍କ ପକ୍ଷରୁ ଯୁବକମାନେ ମଧୂପଲ୍ଲୀ ଗ୍ରାମରେ ପହଞ୍ଚି ସ୍ୱର୍ଗତ ପ୍ରଫୁଲଙ୍କ ପରିବାରଙ୍କୁ ୬୫୦୦ ଟଙ୍କା ସହ ୨୫ କିଲୋ ଚାଉଳ ସହାୟତା ପ୍ରଦାନ କରିଥିଲେ। ବାଦୁଆ ଯୁବକମାନଙ୍କ ସହାୟତା ଓ ମନବଳକୁ ବୁଦ୍ଧିଜୀବୀ ମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post