ମଦ ପୋଛୁଛି ମଥା ସିନ୍ଦୁର : ମଦ ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରାଜ କୁମର

0

କରୋନା ପାଇଁ ଲକଡାଉନ ସତ୍ତ୍ବେ ଦେଶୀ ରନ୍ଧା ମଦରେ ଭାସୁଛି ଗାଁ

ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଅବକାରୀ ବିଭାଗ ନୀରବ ଦ୍ରଷ୍ଟା

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ବିଶ୍ବାଳ ଖିଣ୍ଡା ଗାଁ । ଚାଷୀ କାମ ପାଇଁ ସ୍ବତନ୍ତ୍ର ପରିଚୟ ରହିଛି ଏହି ଗାଁ ର । ହେଲେ ମଦ ରାକ୍ଷସ କବଲିତ କରି ରଖିଛି ଏହି ଗାଁ କୁ । ଗାଁ ର ଅନିତି ଦୂରରେ ଥିଲା ଦେଶୀ ମଦ ଭାଟି । ଗ୍ରାମରେ ଥିବା ଜଗନ୍ନାଥ ୟୁଉଥ ଏସୋସିଏସନ ଏବଂ ମହିଳା ସମିତି ଅକ୍ଳାନ୍ତ ଆନ୍ଦୋଳନ ପରେ କିଛି ଦିନ ହେବ ବନ୍ଦ ହୋଇଛି ଏହି ମଦ ଭାଟି । ମଦ ଭାଟି ବନ୍ଦ ପରେ ମଧ୍ୟ ଦେଶୀ ରନ୍ଧା ମଦରେ ଭାସୁଛି ଏହି ଗାଁ । ଇତି ମଧ୍ୟରେ ଏହି ମଦ ରାକ୍ଷସ  ୨୦ରୁ ଉର୍ଦ୍ଧ୍ବ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବା ଦେଇଥିବା  କଥା କହନ୍ତି ଜଗନ୍ନାଥ ୟୁଉଥ ଏସୋସିଏସନ ର ଆଡଭାଇଜର ନରେନ୍ଦ୍ର କୁମାର ଭୋଇ ଏବଂ ଦୁର୍ଗତିନାସିନୀ ଚେରିଟେବୁଲ ଟ୍ରଷ୍ଟ ର ଉପ ସଭାପତି ପ୍ରିୟଙ୍କା ମଲ୍ଲିକ। ଗାଁର ଅନ୍ୟ ମହିଳା ସଭା ନେତ୍ରୀ ମମତା ନାଏକ ବିବାହର ଚାରି ବର୍ଷ ପରେ ତାଙ୍କ ସ୍ବାମୀ ମଦପିଇ କଡିନି ରୋଗରେ ମୃତ୍ୟୁବରଣ କରିଥିବା କହନ୍ତି । ଏବେ ସେ ଛୋଟିଆ ଶିଶୁ ପୁତ୍ରକୁ ନେଇ ବହୁ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି ।

ଠିକ୍ ସେହିପରି ଏହି ଗାଁ ର କଲୋନୀରେ ପଡାର ଦିନ ମଜୁରିଆ ରାଜ କୁମର ଧୁରୁଆ(୪୫) ରନ୍ଧା ମଦ ପିଇ ପିଇ ଶେଷରେ ଯକ୍ଷ୍ମା (ଟିବି) ରୋଗରୋ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ରାଜ କୁମାର ରୋଗ ଶଯ୍ୟାଶାୟୀ ପତ୍ନୀ ବିଲାସିନୀ(୪୦) ଦୁଇ ପୁଅ ଶିବା ଏବଂ ଶିବୁଙ୍କୁ ଦୁଇ ବେଲା ଖାଇବାକୁ ଗଣ୍ଡେ ଦେଇ ପାରୁ ନାହାଁନ୍ତି । ଏହାଙ୍କ ଜମି ବାଡି କିଛି ନାହିଁ । ବହୁଦିନ ପୂର୍ବରୁ ସରକାରଙ୍କ ଠାରୁ ପାଇ ଥିବା ଏକ ଇନ୍ଦିରା ଆବାସ ଗୃହରେ ରହୁଛି ଏହି ପରିବାର । ରୁଗୁଣା ସ୍ବାମୀଙ୍କୁ ଔଷଧ ଦେବା ପାଇଁ ହାତରେ ଟଙ୍କା ଟିଏ ମଧ୍ୟ ନାହିଁ ।ବିଲାସିନୀ ସରକାରୀ ସାହାଯ୍ୟ ପାଇଁ ଅପେକ୍ଷା କରିଥିବା ବେଳେ ଗାଁର ଜଗନ୍ନାଥ ୟୁଉଥ ଏସୋସିଏସନ ଏବଂ ଦୁର୍ଗତିନାସିନୀ ଚେରିଟେବୁଲ ଟ୍ରଷ୍ଟର ମହିଳା ମାନେ ଏହି ଗାଁକୁ ମଦ ରାକ୍ଷସ କବଲରୁ ମୁକ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.