ଟିଟିଲାଗଡ (ଗୌରବ ଦର୍ଜୀ) – ସରକାର କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ବାହାର ରାଜ୍ୟ ରେ ଥିବା ପ୍ରଭାସି ମାନଙ୍କୁ ଆଣିବା ପାଇଁ ମଧ୍ୟ ଯୋଜନା କରିଛନ୍ତି । କିନ୍ତୁ ପ୍ରବାସୀ ମାନେ ପାଦ ରେ ଚାଳି ଚାଳି ଆସୁଥିବା ବେଳେ ମିଳୁନି ଖାଦ୍ୟପ୍ରେୟ ଓ ଯାନବାହନ ବ୍ୟବସ୍ତା । ଆଜି ଏହିପରି ଘଡିସନ୍ଧି ମୁହୂର୍ତ୍ତରେ ଟିଟିଲାଗଡ଼ର ସଇଁତଲା ବ୍ଲକ ବଡମାଲ , ଫପସି ଠାରେ ଚେନ୍ନାଇ ଠାରୁ ଆସୁଥିବା ଆଠ ଜଣ ଶ୍ରମିକ ରାସ୍ତା ରେ ଚାଲୁ ଥିବା ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡିଶାର ଯାଦବ ବିକାଶ ପରିଷଦ ର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ପଞ୍ଚା ବଗର୍ତ୍ତି ଯାଦବ ଓ ଆମ୍ବେଦକର ସେବା ସଂଗ ର ସଭାପତି ମନେସ ସୁନା ସେମାନଙ୍କୁ ଉଦ୍ଧାର କରି ପାନୀୟ ଜଳର ବ୍ୟବସ୍ଥା କରିଥିବାବେଳେ, ଦିଲୀପ ପଟ୍ଟନାୟକ, ତପନେ ନାଗ, ରାଜେଶ ପଟେଲ ସହଯୋଗ କରିଥିଲେ, ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ରାନ୍ଧ ଖାଦ୍ୟ ଦିଆଯାଇଥିଲା । ସୂଚନା ଅନୁସାରେ ସେମାନେ ନୂଆପଡା ଜିଲ୍ଲାର ସିନାପାଲି ଓ ବୁଡେନ ବ୍ଲକ ର ବୋଳି ଜଣାପଡିଥିଲା । ସେମାନଙ୍କୁ ପ୍ରସାଶନିକ ସାହାଯ୍ୟରେ ବସ ଯୋଗେ ବଲାଙ୍ଗୀର ସ୍ଥାନନ୍ତରିତ କରିଯାଇଥିଲା । ଉକ୍ତ କାର୍ଯ୍ୟ ରେ ବଡ଼ମାଲ ଫାଣ୍ଡି ଅଧିକାରୀ କୁନୁ ସାହୁ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.