ନୂଆପଡ଼ା(ଅମିତ ପୁରୋହିତ): ମହାମାରି କରୋନା ମୁକାବିଲା ପାଇଁ ନୂଆପଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ତରଫରୁ ସହାୟତାର ହାତ ବଢାଇଛନ୍ତି । ମଧ୍ୟାହ୍ନରେ ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟାଙ୍କ ଡ୍ରାଫ ମାଧ୍ୟମରେ ୪୭,୨୦୦ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ସେଥିରୁ ଖଡ଼ିଆଳ ବ୍ଲକରୁ ୨୦ ହଜାର, ବୋଡେନ ବ୍ଲକରୁ ୧୨ ହଜାର,ସିନାପାଲି ବ୍ଲକରୁ ୧୦ ହଜାର ଓ ନୂଆପଡ଼ା ବ୍ଲକରୁ ୫ ହଜାର ୨ ଶହ ଟଙ୍କା ସଂଗ୍ରହ କରିଥିଲେ । ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ତ୍ରୀମନ ମାଝି, ସଦର ବ୍ଲକ ଉପ ସଭାପତି ନରେନ୍ଦ୍ର ହରପାଲ, ଖଡ଼ିଆଳ ବ୍ଲକ ଉପ ସଭାପତି ଅମୁଲ୍ୟ ମୁଣ୍ଡ, ବୋଡେନ ବ୍ଲକ ଉପ ସଭାପତି ଉପେନ୍ଦ୍ର ସଲମା, ସିନାପାଲି ବ୍ଲକ ଉପ ସଭାପତି ଅଶୋକ ନାଏକ, ସଂଘର ବରିଷ୍ଠ କର୍ମକର୍ତ୍ତା ଅଜ୍ଜ୍ୱୁର୍ନ ଛତ୍ରିଆ, ରାଧେଶ୍ୟାମ ବିଶି, ବୈକୁଣ୍ଠ ତାଣ୍ଡି, ଜଗତରାମ ନାଗ, ଦିନେଶ ମାଝି ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.