ଟିଟିଲାଗଡ ( ଗୌରବ ଦର୍ଜୀ):ଆଜି ସକାଳୁ ଟିଟିଲାଗଡ ପୋଲିସ ଷ୍ଟେସନ ଅନ୍ତର୍ଗତ ବେଲପଦର୍ ଗ୍ରାମ ର କେନାଲ ନିକଟରୁ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଟି ହେଉଛନ୍ତି ସିରୁଲ୍ ଗ୍ରାମ ର ସୁରେଶ ବଗର୍ତ୍ତୀ। ମୃତକ ଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି। ସେ ଗତ କଲି ସକାଳେ କାମ କରିବାକୁ ଯାଇଥିଲେ। ସେ ଟିଟିଲାଗଡ ର ଶିର୍ ଭଟା ପଡା ରେ ଘର ତିଆରି ରେ କୁଲି କାମ କରୁଥିଲେ ବୋଲି ତାଙ୍କ ସହଯୋଗୀ କହିଛନ୍ତି। ସେ ତାଙ୍କ ସହଯୋଗୀଙ୍କ ସହିତ ଶୁକ୍ରବାର ଦିନ ସକାଳୁ ଯାଇଥିଲେ। ଦିନ ବେଳେ ସହଯୋଗୀଙ୍କ ସହ ମିଶି କାମ କରିଥିଲେ । ସନ୍ଧ୍ୟା ସମୟରେ ତାଙ୍କ ମିସ୍ତ୍ରୀ ତାଙ୍କୁ ୫୦୦ ଟଙ୍କା ଦେଇ ବାଇକ୍ ଯୋଗେ ଚାଲି ଆସିଥିଲେ। କିନ୍ତୁ ଶ୍ରୀଯୁକ୍ତ ସୁରେଶ ବଗର୍ତ୍ତୀ ସହଯୋଗୀଙ୍କ ସହ ସାଇକେଲ ରେ ଘର କୁ ଫେରିବା ପାଇଁ ବାହାରି ଥିଲେ। କିନ୍ତୁ ଘର କୁ ଫେରି ନଥିଲେ। ତାଙ୍କ ଘର ସଦସ୍ୟ ମାନେ ତାଙ୍କୁ ଖୋଜି ଥିଲେ କିନ୍ତୁ କିଛି ଖବର ପାଇ ପାରି ନଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକ ଆଜି ସକାଳେ ଏକ ଶବ ପଡ଼ିଥିବା ଦେଖି ତାଙ୍କ ପରିବାର କୁ ଏବଂ ପୋଲିସ କୁ ଖବର ଦେଇଥିଲେ। ପୋଲିସ ସେହି ସ୍ଥାନ ରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିଥିଲେ। ଶବ ପାଖରୁ କିଛି ଟଙ୍କା ବ୍ୟତୀତ ଏକ ସାଇକେଲ ମଧ୍ୟ ପାଇଥିଲେ। ସ୍ଥାନୀୟ ଲୋକ ଓ ମୃତକଙ୍କ ସମ୍ପର୍କୟ ଏହା ଏକ ହତ୍ୟା ଅଭିଯୋଗ କରିଥିବା ବେଳେ ପୋଲିସ କିଛି ସ୍ପଷ୍ଟ କୁହାଯାଇ ନାହିଁ। ସ୍ଵର୍ଗଦ୍ଵାର ଗାଡ଼ି ମାଧ୍ୟମରେ ମୃତଦେହ କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ଆଗକୁ ତଦନ୍ତ ଜାରି ରହିବ ବୋଲି ପୋଲିସ ପକ୍ଷ ରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.