ସିଜିନାଲ କେନ୍ଦୁପତ୍ର ଛଟେଇ କର୍ମଚାରୀଙ୍କ ପ୍ରତିବାଦ ସଭା:ଆଗାମୀ ଦିନରେ ପୁଣି ହେବ ଲଢେଇ

0

ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ କେନ୍ଦୁପତ୍ର ରେଂଜ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ରେଂଜ ଅଧିନସ୍ଥ ସମସ୍ତ ମୁନସି ଏବଂ ଚପରାସି ମାନଙ୍କୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ଡିଭିଜନ ସଂପାଦକ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତଥା ପୂର୍ବତନ ବିଧାୟକ ପ୍ରଦୀପ ପୂରୋହୀତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ସରକାରଙ୍କ ଦୋମୁହା ନୀତି ଅବଲମ୍ବନ କରୁଥିବା ବିଭାଗିୟ ଅଫିସରଙ୍କ କାର୍ଯ୍ୟକଳାପକୁ ଭର୍ସନା କରିଥିଲେ । ସରକାର ଗୋଟିଏ ନୀତି ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ନିଜ ମର୍ଜିରେ ଯେଉଁ ନୀତି ଅବଲମ୍ବନ କରି ନିରିହ ସିଜିନାଲ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ତାର ଉଚିତ ଜବାବ ଦିଆଯିବ ବୋଲି ଶ୍ରୀ ପୁରୋହିତ  ବକ୍ତବ୍ୟ ରଖିଥିଲେ । କିଛି ମାସ ପୂର୍ବରୁ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଗଣ ମୁନସି ଏବଂ ଚପରାସିଙ୍କୁ ଛଟେଇ ପାଇଁ ଚଲାଇଥିବା ଉଦ୍ୟମକୁ ଜଣିପାରି ପ୍ରତିବାଦ ସ୍ୱରୁପ ଗତ ୧୩/୩/୨୦ରେ ସାରା ରାଜ୍ୟରେ ସିଜନାଲ କର୍ମଚାରୀମାନେ ରାସ୍ତା ରୋକ କରିଥିଲେ । ସରକାର ସିଜିନାଲ କର୍ମଚାରୀଙ୍କ ଦାବୀକୁ ସମ୍ମାନ ଜଣାଇ କୌଣସି ସିଜିନାଲ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଦେଇଥିବା ବେଳେ ଏହି ଲକଡାଉନ ସମୟରେ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଗଣ ନିର୍ଦେଶନାମକୁ ଖାତିର ନ କରି ପୁଣି ସିଜନାଲ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିପଡିଛନ୍ତି । ଏହି ଛଟେଇରେ ପଦ୍ମପୁର ଡିଭିଜନରୁ ସର୍ବମୋଟ ୧୫୦ଜଣଙ୍କ ନାମ ଥିବା ବେଳେ ମେଲଛାମୁଣ୍ଡା ରେଂଜରୁ ୪ଜଣ ମୁନ୍ସୀ  ଏବଂ ୩୩ଜଣ ଚପରାସିଙ୍କୁ ନାମ ଛଟେଇ ତାଲିକାରେ ଅଛି । ଏହି ଘଟଣାକୁ ସଂଘ ତରଫରୁ ଘୋର ବିରୋଧ କରିବା ସହ ଆଗାମି ଦିନରେ ପୁଣି ଏକ ଆନେ୍ଦାଲନ କରିବା ପାଇଁ ସଂଘ ତରଫରୁ ଦାବୀ ହୋଇଥିଲା ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ଓକିଲ ସାହୁ, ହେଡ ଚେକର କେଶବ ପଟେଲ, ସାର୍କିଲ ଚେକର ରବିନ୍ଦ୍ର ନନ୍ଦ, ରେଂଜ ସଂପାଦକ ଅଭେଲ ଶିକା, ରେଂଜ ସଭାପତୀ ଗୁଣନୀଧି ଭୋଇ, ସାର୍କିଲ ଚେକର ଭୁବନ ପଧାନ, କିଶୋର ସାହୁ, ଜୟଲାଲ ଦଲପତ, କିଶୋର ପଣ୍ଡା, ସଂପଦ ନାଏକ, ଘନଶ୍ୟାମ ଭୋଇ, ଚକାମନ ପଧାନ ଓ ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପ୍ରକାଶ ଯୋଗ୍ୟ ଯେ ବିଗତ ଦିନର ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ଦାବିକୁ ନେଇ ସରକାର ହେଡ ଚେକରଙ୍କ ୬୫%, ସାର୍କିଲ ଓ ବନ୍ଧେଇ  ଚେକରଙ୍କ ୫୪%, ମୁନସିଙ୍କ ୪୫% ଓ ଚପରାସିଙ୍କ୪୦% ଦରମା ବୃଦ୍ଧି କରିଥିଲା । ଏହି ଦରମା ବୃଦ୍ଧିର ମୁଖ୍ୟ ନେତୃତ୍ୱ ନେଇଥିବା ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କୁ ଏହି ଅବସରରେ ସିଜନାଲ କର୍ମଚାରୀଗଣ ସର୍ମ୍ବଦ୍ଧନା ଜ୍ଞାପନ କରିଥିଲେ । ଶେଷରେ ଓକିଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।  

Leave A Reply

Your email address will not be published.