କନାବାଗେରି ଜନକଲ୍ୟାଣ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

0

ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନାବାଗେରି ଜନକଲ୍ୟାଣ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି I ଗୁରୁବାର ଦିନ ସମିତିର ଏକ ପ୍ରତିନିଧି ଦଳ ଘୁ.ଉଦୟଗିରି ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ଥିଲେ I ସମିତିର ସଭାପତି ସନ୍ତନୁ କୁମାର ପ୍ରଧାନ, ସମ୍ପାଦକ ଅମୋସ ଚନ୍ଦ୍ର ନାୟକ,ସଭ୍ୟ ତପନ ଚନ୍ଦ୍ର ନାୟକ, ବସନ୍ତ କୁମାର ନାୟକ, ଦଲିଲ ନାୟକ ଏବଂ ଆଲୋକ ଚନ୍ଦ୍ର ନାୟକ ପ୍ରମୁଖ ୫୫,୫୫୫ ଟଙ୍କାର ଚେକକୁ ଘୁ. ଉଦୟଗିରି ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରି ଥିଲେ I ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶରୁ ସରକାରଙ୍କ ପାଖକୁ ସହାୟତା ରାଶି ପ୍ରଦାନ କରାଯାଉଛି I ଏହି ମହାନ କାମ ପାଇଁ କନ୍ଧମାଳ ବାସୀ ମଧ୍ୟ ସରକାରଙ୍କ ସହଯୋଗ କରିଛନ୍ତି I

Leave A Reply

Your email address will not be published.