ଯୋଦ୍ଧା ତାଲିକାରେ ସାମିଲ ହେଲେ ପଂଚାୟତ ଜିଲ୍ଲାପାଳ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : କିଛି ଦିନ ତଳେ ସରପଂଚ ମାନଙ୍କୁ କରୋନା ମୁକାବିଲା ପାଇଁ ଜିଲ୍ଲାପାଳ କ୍ଷମତା ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିଛନ୍ତି | କରୋନା ଯୁଦ୍ଧରେ ସେମାନେ ଏବେ ଆଗଧାଡିର ସୈନିକ ପାଲଟିଯାଇଥିବା ଯୋଗୁ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ୫୦ ଲକ୍ଷ ଟଙ୍କା ବୀମା ସେମାନଙ୍କ ପାଇଁ ଲାଗୁ କରିଛନ୍ତି | ଏହାର ଅର୍ଥ ଯଦି କରୋନା ଲଢେଇ ବେଲେ  କୌଣସି ସରପଂଚ ପ୍ରାଣ ହରାନ୍ତି ତେବେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ | 

ମୁଖ୍ୟମନ୍ତ୍ରୀ ଟୁଇଟ କରି ଉଲ୍ଲେଖ କରିଛନ୍ତି ଯେ, ”  ତୃଣମୂଳସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧାଗୁଡ଼ିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସେମାନେ ଆମ ଆଗ ଧାଡ଼ିର ଯୋଦ୍ଧା। ସେମାନଙ୍କ ପରିବାରର ହିତ ପାଇଁ ପୂର୍ବ ଘୋଷିତ ୫୦ ଲକ୍ଷ ସହାୟତା ରାଶିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ବେସରକାରୀ ତଥା ସରକାରୀ କ୍ଷେତ୍ରର ଯେକୌଣସି ବ୍ୟକ୍ତି ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସମେତ କୋଭିଡ ସୁବିଧା ପରିଚାଳନାରେ ନିୟୋଜିତ ଅଛନ୍ତି ସେମାନେ ମଧ୍ୟ ଆମର କରୋନା ଯୋଦ୍ଧା। ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ।” 

Leave A Reply

Your email address will not be published.