ବିଦ୍ୟୁତ ବିଭାଗର ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଟଳି ପଡିଲା ଜଣଙ୍କ ଜୀବନ।

0

  ବାରିପଦା(ଦିଲ୍ଲୀପ ମହାନ୍ତି)- ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅକାଳରେ ଟଳି ପଡିଲା ଜଣେ ଯୁବକଙ୍କ  ଜୀବନ ।  ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧିନ ସଠିଲୋ ଗ୍ରାମରୁ । ମୃତ ଯୁବକ ଜଣକ ହେଉଛନ୍ତି ବେତନଟୀ ଥାନା ସଥିଲ ଗ୍ରାମର ନୀଳମଣି ସିଂ।

ପ୍ରାପ୍ତ ସୂଚନା ଅନୁସାରେ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ନିମନ୍ତେ  ବିଦ୍ୟୁତ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବୁଧବାର ଦିନ ସକାଳ ୮ ରୁ ୧୧ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ବୋଲି ଜବସାଧାରଣଙ୍କୁ  ସୂଚନା  ଦେବା ସହ ସତର୍କ କରାଯାଇଥିଲା । ବିଦ୍ୟୁତ ବିଭାଗର ଏହି ଘୋଷଣାକୁ ଦୃଷ୍ଟିରେ ରଖି ସେଠିଲୋ ଗ୍ରାମର ନୀଳମଣି ସକାଳ ୦୯ ଟା ସମୟରେ ତାଙ୍କ ବାଡ଼ି ଦେଇ ଯାଇଥିବା ୧୧କେଭି ତାରରେ ଲାଗିଥିବା ବାଉଁଶ ନଟା କୁ ସଫା କରିବା ପାଇଁ ଚଢିଥିଲେ। ଏହି ସମୟରେ ଅଚାନକ ଲାଇନ ଆସି ଯିବାରୁ  ତାଙ୍କର ଶୋଚନୀୟ ଭାବେ  ମୃତ୍ୟୁ  ହୋଇଥିଲା।  ନିଳମଣି ଏକା  ପରିବାରର ଆୟ ଉପାର୍ଜନ କ୍ଷମ  ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।ସ୍ଥାନୀୟ ଲୋକେ ନିଳମଣୀଙ୍କ ମୃତୁ ପାଇଁ ସିଧାସଳଖ ବିଦ୍ୟୁତ ବିଭାଗକୁ ଦାୟୀ କରିବା ସହ ଯଥାଶୀଘ୍ର କ୍ଷତିପୂରଣ ପାଇଁ ଦାବି କରିଛନ୍ତି | ଏ ବିଷୟରେ ବିଦ୍ୟୁତ ବିଭାଗର ଅଧକ୍ଷଣ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ଆମର ଘୋଷଣା କେବଳ କାର୍ଯ୍ୟ କରୁଥିବା ବିଭାଗୀୟ କର୍ମଚାରୀମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ରହିଥିଲା ।  ଏହି ସମୟରେ ଯଦି କୌଣସୀ ବ୍ୟକ୍ତି  ବିଦ୍ୟୁତ ତାର ନିକଟରେ ବା ତଳେ କାର୍ଯ୍ୟ କରିବ ସେଥି ନିମନ୍ତେ ବିଭାଗଠାରୁ ଅନୁମତି ଅଥବା ସୂଚନା ଦେବାକୁ ପଡିଥାଏ । ମାତ୍ର ନୀଳମଣି ବିଭାଗକୁ କୌଣସି ସୂଚନା ଅବା ଅନୁମତି ନେଇ ନାହାନ୍ତି । ତେଣୁ ଏ କ୍ଷେତ୍ରରେ ବିଦ୍ୟୁତ ବିଭାଗ କିପରି ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.