ଓଡିଶା କ୍ୟାଡର ଆଇଏଏସ ମନୋଜ ଆହୁଜା ହେଲେ ସିବିଏସଇ ଅଧ୍ୟକ୍ଷ 

0

ନୂଆଦିଲ୍ଲୀ (ଏସପିବି)  କେନ୍ଦ୍ରୀୟ ଡେପୁଟେସନରେ ଯାଇ ବର୍ତ୍ତମାନ ଲାଲ ବହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୧୯୯୦  ବ୍ୟାଚ ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ଅଫିସର ମନୋଜ ଆହୁଜା ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ )ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି | ଏପ୍ରିଲ ଶେଷ ସପ୍ତାହରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଅନ୍ତର୍ଗତ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଭାବେ ନିଯୁକ୍ତି ପାଇଥିବା ବିଦାୟୀ ସିବିଏସଇ ଅଧ୍ୟକ୍ଷା ଅନିତା କରୱାଲଙ୍କ ସ୍ଥାନରେ ଶ୍ରୀ ଆହୁଜାଙ୍କୁ ମିଳିଛି ଏହି ନୂତନ ତଥା ଗୁରୁତ୍ୱପୂର୍ଣ ନିଯୁକ୍ତି | 

ସୂଚନାଯୋଗ୍ୟ ଯେ, ସମ୍ପ୍ରତି କରୋନା ସମୟରେ ସିବିଏସଇ ନୂଆ ଅଧ୍ୟକ୍ଷ ଶ୍ରୀ ଆହୁଜାଙ୍କ ଆଗରେ ବଡ ଚାଲେଞ୍ଜ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପ୍ରକ୍ରିୟାକୁ କେମିତି ପୂର୍ଣ୍ଣାଙ୍ଗ କରିବେ | ଏପରକି ବିଶ୍ୱବିଦ୍ୟାଳୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ପୂର୍ବରୁ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରାଇବା ବି ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ |

Leave A Reply

Your email address will not be published.