ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଲେ ଯମ, ଚିତ୍ରଗୁପ୍ତଙ୍କ ସହ କରୋନା

0 3

http://www.youtube.com/watch?v=aBeTYieC7NU

ଗଜପତି ଜିଲ୍ଲା ପୋଲିସ୍ ପ୍ରଶାସନର ନୂତନ ପ୍ରୟାସ 

 ଯମରାଜ , ଚିତ୍ରଗୁପ୍ତ ଓ କରୋନାକୁ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ  ସଚେତନତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୋଲିସ ପ୍ରଶାସନର ନୂତନ ପ୍ରୟାସ , ପଥପ୍ରାନ୍ତ ନାଟକ ମାଧ୍ୟମରେ କରୋନା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ତତ୍ତ୍ଵାବଧାନରେ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲିସ କର୍ମଚାରୀ ମାନେ ଯମରାଜ , ଚିତ୍ରଗୁପ୍ତ , କରୋନା ବେଶରେ ସଜ୍ଜିତ ହୋଇ ସହରର ପ୍ରମୁଖ ଛକ ଏବଂ ସାହି ଗୁଡିକ ଯାଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ  ସଚେତନ କରାଇଥିଲେ। 

 ଏହି ଅବସରରେ ଅଟଳ ପାର୍କ ଠାରେ ୩ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପୋଲିସ କର୍ମଚାରୀଙ୍କୁ  ସମ୍ବର୍ଦ୍ଧିତ କରିଥିଲେ। 

ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସାମ୍ବାଦିକଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ ଆମେ ଏତେ ସଚେତନତା କଲାପରେ ବି କିଛି ୧୦ ପ୍ରତିଶତ ଲୋକେ ସରକାରୀ ନିୟମ ମାନୁନାହାନ୍ତି।ବିନା କାରଣରେ ବାହାରେ ବୁଲୁଛନ୍ତି।ଏବେ ଯେବେ କରୋନାର ପ୍ରକଟ ବହୁତ ବଢିଗଲାଣି। ଗଞ୍ଜାମ ଜିଲ୍ଲାରେ ବହୁତ କରୋନା ଆକ୍ରାନ୍ତ ହୋଇଗଲେଣି ଲୋକ ଏବଂ ଆମ ପଡୋଶୀ ଶ୍ରୀକାକୁଲମ୍ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଟା ଅଛି। ଆମେ ସେ ମଝି ଜିଲ୍ଲା ହିସାବରେ ଗଜପତି ଜିଲ୍ଲା ହିସାବରେ ଏବେ ଯାଏଁ ଗ୍ରୀନ ଜୋନ୍ ରେ ଅଛୁ। କିନ୍ତୁ ଯଦି ଆମେ ସଚେତନ ନହେବା ତ ବହୁତ ଜଲଦି ଆମର ଅବସ୍ଥା ଖରାପ ହେବ। ସେଇଟା ଗୋଟେ ଚିନ୍ତା ହୋଇଛି ପ୍ରଶାସନ ପାଇଁ ଏବେ।  ସେଥିପାଇଁ ଭାବିଲୁ କି ଆଜି ଗୋଟେ ଅଭିନୟ ଢ଼ଙ୍ଗରେ , ନାଟକୀୟ ଢ଼ଙ୍ଗରେ ଆମେ ସଚେତନ କରିବୁ। ଏମିତି ବୁଝାଇଲେ ଲୋକ ଶୁଣୁନାହାନ୍ତି।  ଆଜି ଆମର ପୋଲିସ କର୍ମଚାରୀ ମାନେ କିଛି ଜଣ ଯମରାଜ,  ଚିତ୍ରଗୁପ୍ତ ଓ କରୋନା ହୋଇ ରାସ୍ତାରେ ବୁଲିବୁଲି ଲୋକଙ୍କୁ ସଚେତନତା କରେଇଲୁ। ଯଦି କେଉଁ ଲୋକ ନିୟମ ନ ମାନିବ ତାକୁ ଯମ ନେଇକି ପଳାଇଯିବି ଏବଂ ତାକୁ କରୋନା ଗ୍ରାସିବ ଏବଂ ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କଲୁ କି ସମସ୍ତେ ନିୟମ ମାନନ୍ତୁ ତା କି ଆମେ ସମସ୍ତେ ସୁରକ୍ଷିତ ରହିବା ବୋଲି ଏସ୍ ପି ସାରା ଶର୍ମା କହିଥିଲେ।

Leave A Reply

Your email address will not be published.