ବୁଗୁଡା/ଡ଼ଃ କୁମୁଦ ଚନ୍ଦ ବେହେରା : ବୁଗୁଡା ବ୍ଲକର ୫୬ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଇ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ମୋଟ ୨୩୭୫ ଜଣ ପ୍ରବାସୀ ଓଡ଼ିଆ ସଙ୍ଗରୋଧ ଗୃହରେ ଥିବା ଜଣା ପଡ଼ିଛି। ଏମାନଙ୍କ ମଧ୍ୟରେ ୨୧୧୪ ଜଣ ପୁରୁଷ, ୧୫୩ ଜଣ ମହିଳା ଓ ୧୦୮ ଜଣ ପିଲା ରହିଛନ୍ତି। ସମସ୍ତ ପ୍ରବାସୀ ଓଡ଼ିଆ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବିଭିନ୍ନ ଡାକ୍ତରୀ ଟିମଙ୍କ ଦ୍ଵାରା ହୋଇଥାଏ। ସୁରାଟରୁ ଫେରିଥିବା ୪୧ ଜଣ ସକାଳେ ମାଣିତରା ଗ୍ରାମ ପଞ୍ଚାୟତର ନଗୁଡୁ ନୋଡାଲ ହାଇ ସ୍କୁଲରେ ପହଁଞ୍ଚିବା ପରେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଓ ଟେକିନିସିଆନ କାଳୀ ପ୍ରସାଦ ସାହୁ ସେମାନଙ୍କ ଥର୍ମଲ ସ୍କିନିଙ୍ଗ ଟେଷ୍ଟ କରିବା ପରେ ସଙ୍ଗରୋଧ କେନ୍ଦ୍ରରେ ପ୍ରବେଶ କରିଥିଲେ। ବ୍ଲକ ନୋଡାଲ ଅଫିସର ବିଡ଼ିଓ ତନ୍ମୟ ପାତ୍ରଙ୍କ ତତ୍ୱାବଧାନରେ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ଡାକ୍ତରୀ ଟିମ ଦ୍ୱାରା ପରୀକ୍ଷା କରାଯାଇ ପ୍ରତିଦିନ ୫୦ ଜଣଙ୍କ ସ୍କାବ ଟେଷ୍ଟ ପାଇଁ ଆମ୍ବୁଲାନ୍ସ ଦ୍ୱାରା ଭଞ୍ଜନଗର ପଠା ଯାଉଛି। ସେଠାକୁ ଆସିଥିବା ଡାକ୍ତରୀ ଟିମ ସେମାନଙ୍କ ସ୍କାବ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରି ବ୍ରହ୍ମପୁର କରୋନା ଟେଷ୍ଟ କେନ୍ଦ୍ରକୁ ନେଇଥାନ୍ତି
Sign in
Sign in
Recover your password.
A password will be e-mailed to you.