ପାନୀୟ ଜଳ ସଙ୍କଟ : ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ପିଏଚଡି ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର  

0 2

 ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ଆଜି ସମ୍ବଲପୁର ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଗଦାଧର ମହାନ୍ତି ଙ୍କୁ ସାକ୍ଷାତ କରି ଅଞ୍ଚଳର ପାନୀୟ ଜଳ ସଙ୍କଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଦାବିପତ୍ର ପ୍ରଦାନ କରାଯାଇଥିଲା l ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପୁରୋହିତ ନେତୃତ୍ୱରେ ଅନୁଷ୍ଠିତ ଏହି ଦାବୀ ପତ୍ର ପ୍ରଦାନ ସମୟରେ ଅନିଲ ବେହେରା, ସମୀର ରଞ୍ଜନ ବାବୁ, ସୁବ୍ରତ ପଣିଗ୍ରାହୀ, ମୋହନ ଦାଶ, ସୁନୀଲ ମହାରଣା, ଦଧିବାବନ ପଣ୍ଡା, ଶ୍ୟାମ ସୁନ୍ଦର ପଟେଲ, ଗୋପାଳ ସିଂହ, ବିକ୍ରାନ୍ତ ଶର୍ମା, କଳ୍ପେଶ୍ଵର ପ୍ରଧାନ,  ଶ୍ରୀମତୀ ସୀତାକାନ୍ତି ମେସୁଆ, ଲକ୍ଷ୍ମୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.