କିସିଣ୍ଡା ଦେଦେରା ଜଳପ୍ରପାତରେ ବୁଡି ଯୁବକ ମୃତ

0 2

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ  ଉପଖଣ୍ଡ କିସିଣ୍ଡା ଥାନା ପାଖରେ ଥିବା ଏକ ଜଳ ପ୍ରପାତରେ ଗାଧୋଉଥିବା ସମୟରେ କଞ୍ଚନପୁର ଗ୍ରାମର ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଯେ, କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ବିରଞ୍ଚି ଭୋଇଙ୍କ ପୁଅ କୃତିବାସ ଭୋଇ  ଗତକାଲି ଗିରିଶଚନ୍ଦ୍ରପୁରଠାରେ ଦେଦେରା ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ହଠାତ୍ ତାଙ୍କ ଗୋଡ ଖସିଯିବାରୁ ଗଭୀର ପାଣିରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ତାଙ୍କ  ପରିବାର ଲୋକେ ଖୋଜାଖୋଜି କରି ଥିଲେ ମଧ୍ୟ ତାଙ୍କୁ ପାଣିରୁ ପାଇ ନ ଥିଲେ।

ଗତକାଲି ଘଟଣା ସ୍ଥଳକୁ ନାକଟିଦେଉଳ ଦମକଳ ବାହିନୀ ପହଁଞ୍ଚି  ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ । ଆଜି କିସିଣ୍ଡା ଥାନାଧିକାରୀ, ନାକଟିଦେଉଳ ଦମକଳବାହିନୀ ଏବଂ ସମ୍ବଲପୁର ଦମକଳବାହିନୀ ପକ୍ଷରୁ ଆଉଥରେ  ଖୋଜାଖୋଜି କରିଥିଲା। ଦୀର୍ଘସମୟ ଧରି ଖୋଜିବା ପରେ ଜଳପ୍ରପାତ ମଧ୍ୟରୁ କୃତିବାସଙ୍କ ମୃତଦେହ  ଉଦ୍ଧାର କରିଥିଲେ।

Leave A Reply

Your email address will not be published.