ସୁବାଷ ଚୌହାନଙ୍କ ବିୟୋଗ ହିନ୍ଦୁସମାଜ ପାଇଁ ଅପୂରଣୀୟ କ୍ଷତି – ଭିଏଚପି

0

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  – ବଜରଙ୍ଗ ଦଳର ପୂର୍ବତ୍ତନ ରାଷ୍ଟ୍ରୀୟ ସଭାପତି ତଥା ବର୍ତ୍ତମାନର ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ଅକାଳ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ତାସହିତ ମାଁ ଭାରତୀ ଆଜି ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି କହିବା ସଙ୍ଗେ ସଙ୍ଗେ ଶ୍ରୀ ଚୌହାନଙ୍କ ବିୟୋଗ ହିନ୍ଦୁସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ପ୍ରକାଶ କରିଛନ୍ତି | ଏହି ଅବସରରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଶ୍ରୀ ଚୌହାନ ତରୁଣ ବୟସରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଯୋଡି ହୋଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ନିର୍ଯ୍ୟାତିତ ହିନ୍ଦୁସମାଜର ଆଖିର ଲୁହକୁ ପୋଛିବା ପାଇଁ ନିଜ ଜୀବନ ଓ ଯୌବନକୁ ଜଳାଞ୍ଜଳି ଦେଇ ପ୍ରଚାରକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସଂଘ ପରିବାରର ବିଭିନ୍ନ ଅନୁଷ୍ଠାନରେ ସେ ସଫଳତାର ସହ କାର୍ଯ୍ୟକଲା ପରେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ସେ  ସମ୍ପୂର୍ଣ୍ଣ ହିନ୍ଦୁସମାଜର ନେତୃତ୍ୱ ନେଇ ଜାତୀୟ ସ୍ତରରେ ନିଜ ଦକ୍ଷତାର ପରିଚୟ ସୃଷ୍ଟି କରିଥିଲେ । ଯଦିଓ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଅନେକ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଥିଲେ ତଥାପି ରାଜନୈତିକ କ୍ଷେତ୍ରରେ ସେ ସକ୍ରିୟ ରହି ନିଜ ମାତୃଭୂମି ପ୍ରତି ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ତାଛଡା ନିଜ ବଳିଷ୍ଠ ବ୍ୟକ୍ତିତ୍ବ ଯୋଗୁଁ ଓଡ଼ିଶାର ଅନେକ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବକଙ୍କ ଆଦର୍ଶ ହେବାର  ସୌଭାଗ୍ୟ ମଧ୍ୟ ସେ ଅର୍ଜନ କରିପାରିଥିଲେ । ତେଣୁ ଶ୍ରୀ ଚୌହାନଙ୍କ ଅସମୟରେ ଦେହାନ୍ତ ହେବା ଘଟଣା ଅତ୍ୟନ୍ତ ଦୁଃଖଦ । ଏହା ନିଶ୍ଚିତ ଭାବରେ ହିନ୍ଦୁସମାଜ ପାଇଁ ଏକ ଅପୂରଣୀୟ କ୍ଷତି | ଯେଉଁ କ୍ଷତିର କେବେ ଭରଣା ହୋଇପାରିବ ନାହିଁ ବୋଲି ଭିଏଚପି ନେତା ଶ୍ରୀ କୁସୁମ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.