ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ:: ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ, ବିଦ୍ୟୁତ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ, ସାମ୍ବାଦିକ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ପ୍ରମୁଖ ଯୋଦ୍ଧା ସାଜିଛନ୍ତି। ସୋମବାର ରାତ୍ରୀ ରେ ହଠାତ କାଳବୈଶାଖୀର ପ୍ରଭାବରେ ପାଟଣାଗଡ ଅଞ୍ଚଳରେ ପ୍ରବଳ ବର୍ଷା,ଘଡଘଡି ବିଜୁଳି ମାରିବା ସହ ପବନ ବହିଥିଲା। ଏହାଫଳରେ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇ ବିଦ୍ଯୁତ ତାର ଉପରେ ପଡିଥିବାରୁ ବିଦ୍ୟୁତ ସରୋବାରହ ବାଧାପ୍ରାପ୍ତ ହୋଇଥିଲା। ସରକାର ଦେଶବାସୀଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ସମୟ,ଘର ଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେଲେ ଘରେ ରହିବା କଷ୍ଟକର ହୋଇଥାଏ ମନୁଷ୍ୟ ପାଇଁ। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପାଟଣାଗଡର ବିଦ୍ୟୁତ ବିଭାଗ କର୍ମଚାରୀ ତତ୍ପରତା ସହିତ ଅକ୍ଳାନ୍ତ ପରିଶ୍ରମ କରି ସାଧାରଣ ଜନତା ଗ୍ରୀଷ୍ମରୁତୁର ଗରମରେ କିପରି ଘରେ ଆରାମରେ ରହିବେ ବୋଲି ଶିଘ୍ରାତିଶିଘ୍ର ବିଦ୍ୟୁତ ସେବା ଯୋଗାଇଥିବାରୁ ସାଧାରଣରେ ଭୁୟଶୀ ପ୍ରସଂଶା କରାଯାଉଛି।
Sign in
Sign in
Recover your password.
A password will be e-mailed to you.