ଗାଁ ଦାଣ୍ଡରେ  ଯୁବକଙ୍କୁ ଗୋଡାଇ ଗୋଡାଇ ଗୋଡାଇ ହତ୍ୟା

0

http://www.youtube.com/watch?v=5qhg_jfS4wM

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଶାଳବଣିଆଁ ରେ  ଜନୈକ ଯୁବକକୁ ସଂଘବଦ୍ଧ ଭାବରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ନାକଟିଦେଉଳ ଥାନା ଶାଳବଣିଆଁ ଗ୍ରାମରେ ଆଜି ଗ୍ରାମର ୪ ଜଣ ବ୍ୟକ୍ତି ଦୁଃଶାସନ ଦେହୁରୀ (୨୨)  ନାମକ ଯୁବକକୁ ଗୋଡାଇ ଗୋଡାଇ ହତ୍ୟା କରିଥିବା ଜଣା ପଡିଛି। ଆଜି ଘଟଣା ସ୍ଥଳରେ ନାକଟିଦେଉଳ ଥାନାଧୀକାରୀ ସମେତ ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିବା ଜଣା ପଡିଛି। ଏହି ଘଟଣାଟି ପୂର୍ବ ଶତ୍ରୁତା କୁ ନେଇ ହତ୍ୟା କରିଥିବା ଅନୁମାନ କରାଯାଉଛି I

 

Leave A Reply

Your email address will not be published.