ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ, ଭୁବନେଶ୍ୱର କାହିଁକି ରେଡ ଜୋନ :  ସ୍ପଷ୍ଟ କଲେ ଏସଆରସି ପ୍ରଦୀପ ଜେନା 

0

ବସ ଚଳାଚଳ ନେଇ ପୂର୍ବ କଟକଣା ସଂଶୋଧିତ ଗ୍ରୀନ ଜୋନରେ ଚାଲିପାରିବ 

ଗ୍ରୀନ ଟୁ ଗ୍ରୀନ ରୁଟରେ ଯେପରି କୌଣସି ରେଡ୍‌ କିମ୍ବା ଅରେଞ୍ଜ ଜିଲ୍ଲା ଆସୁନଥିବା ଅପରିହାର୍ଯ୍ୟ 

 ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ରହିଛି ଅରେଞ୍ଜ ଜୋନରେ | ହେଲେ ଭୁବନେଶ୍ୱର ରେଡ ଜୋନରେ କାହିଁକି ! ଏହାକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ବା ସଂଶୟ | ହେଲେ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା | ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କରିଛନ୍ତି ଯେ କେନ୍ଦ୍ର କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି | ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ ଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ କାହିଁକି ରେଡ ଜୋନରେ ରହିଛି ବୋଲି ପ୍ରଶ୍ନ ଉଠୁଛି | ଭୁବନେଶ୍ୱରରେ ଗତ ୨୧ ଦିନ ଭିତରେ 15 ଜଣ କୋଭିଡ ପଜିଟିଭ ରହିଛନ୍ତି | ଗତ ସପ୍ତାହ ମଧ୍ୟରେ ଜଣେ କୋବିଦ ପଜିଟିଭ ଚିହ୍ନଟ ହୋଇଛନ୍ତି | କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଭୁବବେଶ୍ୱର ମହାନଗର ନିଗମ ଅଂଚଳକୁ ରେଡ ଜୋନରେ ରଖିଛନ୍ତି ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ | ଏହି ଅବସରରେ ବିଭିନ୍ନ ଜୋନରେ କି କି ଆକ୍ଟିଭିଟି ଚାଲିପାରିବ ସେ ବିଷୟରେ ସବିଶେଷ ସୁଚନା ଦେଇଥିଲେ |

 ୪ ମେ ଠାରୁ ମେ ୧୭ ପର୍ଯ୍ୟନ୍ତ ଘୋଷିତ ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ମଧ୍ୟରେ ଗ୍ରୀନ୍‌ ଜୋନ୍‌ ଅଧୀନରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଯାତ୍ରୀବାହୀ ବସ୍‌ ଚାଲିପାରିବ ବୋଲି ସରକାର ଘୋଷଣା କରିବା ସହ ଏହି ମର୍ମରେ ପୂର୍ବରୁ ଜାରି କରିଥିବା ନିର୍ଦ୍ଦେଶନାମାରେ  ସଂଶୋଧନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଶ୍ରୀ ଜେନା | 

 ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଛନ୍ତି ଯେ  ଗତ ରବିବାର ଜାରି ହୋଇଥିବା ନିୟମାବଳୀରେ ରାଜ୍ୟରେ ବସ୍‌ ଚଳାଚଳ ଉପରେ ସରକାରଙ୍କ ପକ୍ଷରୁ ନିଷେଧାଜ୍ଞା ଜାରି କରାଯାଇଥିଲା। ରାଜ୍ୟ ସରକାର ଏହି ଘୋଷଣାନାମାରେ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମାବଳୀ ଅନୁଯାୟୀ ୪ ମେ ଠାରୁ ମେ ୧୭ ପର୍ଯ୍ୟନ୍ତ ଲାଗୁ ହୋଇଥିବା ସମ୍ପ୍ରସାରିତ ଲକ ଡାଉନ ଅବଧି ସମୟରେ ଗ୍ରୀନ୍‌ ଜୋନ୍‌ ଅଧୀନରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଯାତ୍ରୀବାହୀ ବସ୍‌ ଚଳାଚଳ କରିପାରିବ। ଗୋଟିଏ ଗ୍ରୀନ‌ ଜୋନ୍‌ ଜିଲ୍ଲାରୁ ଆଉ ଗୋଟିଏ ଗ୍ରୀନ ଜୋନ୍‌ ଜିଲ୍ଲାକୁ ବାସ ଚଳାଚଳ କରିପାରିବ । ହେଲେ ଗ୍ରୀନ ଟୁ ଗ୍ରୀନ  ରୁଟରେ ଯେପରି କୌଣସି  ରେଡ୍‌ କିମ୍ବା ଅରେଞ୍ଜ ଜିଲ୍ଲା ଆସୁନଥିବା ସେଥିପ୍ରତି ଦୃଷ୍ଟି ଦେବା ପାଇଁ ସଂଶୋଧିତ ନିର୍ଦ୍ଦେଶନାମାରେ କୁହାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା। ସୂଚନାଯୋଗ୍ୟ ଯେ  ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି ଜଗତସିଂହପୁର, କନ୍ଧମାଳ, ମାଲକାନଗିର, ମୟୁରଭଞ୍ଜ, ନବରଂଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ ଏବଂ ପୁରୀ  ଜିଲ୍ଲା  ରାଜ୍ୟର ଗ୍ରୀନ ଜୋନରେ ରହିଛି | ରେଡ ଜୋନରେ ଅଛନ୍ତି ବାଲେଶ୍ୱର ଭଦ୍ରକ ଯାଜପୁର ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳ | ବାକି ସବୁ ଜିଲ୍ଲ  ଅରେଞ୍ଜ ଜୋନରେ ଅଛନ୍ତି |    

 

Leave A Reply

Your email address will not be published.