ଧନୁର୍ଜୟପୁର ଓ ବାଙ୍ଗର ପଞ୍ଚାୟତ ତରଫରୁ ବ୍ୟାପକ ପ୍ରସ୍ତୁତି

0

 ହାଟଡିହି(ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଜଙ୍ଗଲ ପାହାଡ଼ ଘେରା ରେ ଧନୁର୍ଜୟପୁର ଓ ବାଙ୍ଗର ପଞ୍ଚାୟତ ଅବସ୍ଥିତ. ଧନୁର୍ଜୟପୁର ଅଧୀନରେ 12 ଟି ଏବଂ  ବାଙ୍ଗର ଅଧୀନରେ 12 ଟି ୱାର୍ଡ ରହିଛି. ଏହି ପଞ୍ଚାୟତ ରେ  ଶତକଡା ପ୍ରାୟ 70 ଭାଗ ଲୋକ ଆଦିବାସୀ ଶ୍ରେଣୀ ର ଅଟନ୍ତି. କରୋନା ମୁକାବିଲା ଲାଗି ଉଭୟ ପଞ୍ଚାୟତ ତରଫରୁ କୁଶଟିକିରି ଓ ବାଙ୍ଗର ସ୍କୁଲ ଠାରେ 50 ଶଯ୍ୟା ବିଶିଷ୍ଟ 2 ଟି ଆଇସୋଲେସନ କେନ୍ଦ୍ର ଖୋଲା ଯାଇଛି. ଉଭୟ ପଞ୍ଚାୟତ ରେ ପ୍ରାୟ 400 ବାହାର ରାଜ୍ୟ ରେ ଥିବା ପ୍ରବାସୀ ଓଡ଼ିଆ ନାମ ପଞ୍ଜିକରଣ କରିଛନ୍ତି. ଆଗକୁ ଶଯ୍ୟା ସଂଖ୍ୟା ଆହୁରି ନୂତନ ଭାବେ ଶହେ କୁ ବୃଦ୍ଧି କରାଯିବ ବୋଲି ସରପଞ୍ଚ ଅର୍ଣ୍ଣପୂର୍ଣା ରାଉତ ଓ ସୁପ୍ରଭା ରାଉତ କହିଛନ୍ତି. ପଞ୍ଚାୟତ ତରଫରୁ 120 ଜଣ ଙ୍କୁ ରନ୍ଧା ଖାଦ୍ୟ ପ୍ରତିଦିନ ଦିଆଯାଉଛି. ରାସନ କାର୍ଡ, ନିର୍ମାଣ ଶ୍ରମିକ ହିତାଧିକାରୀ ଙ୍କୁ ସରକାରୀ ସହାୟତା ପ୍ରଦାନ ସରିଛି. ପଞ୍ଚାୟତ ର ଜିଆରଏସ ବିନୟ ମଲିକ ଓ ଜୀନତ ଖାତୁନ,ଜେଇ ପ୍ରଶାନ୍ତ ପଣ୍ଡା ଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ସମିତି ସଭ୍ୟା କନକକାନ୍ତି ରାଉତ, ସମିତି ସଭ୍ୟ ବିବେକାନନ୍ଦ ରାଉତ ବିଭିନ୍ନ କାର୍ଯ୍ୟ କୁ ପରିଚାଳନା କରୁଛନ୍ତି. ଏଥିସହ ବହୁ ଗରିବ ହିତାଧିକାରୀ ସରକାରୀ ସହାୟତା ରୁ ବଞ୍ଚିତ ହୋଇଛନ୍ତି. କିନ୍ତୁ ସେମାନଙ୍କୁ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି. ଅପରପକ୍ଷେ ଯୁବ ସାମାଜିକ କର୍ମୀ ବିଶ୍ୱଜିତ ରାଉତ 200 ରୁ ଉର୍ଦ୍ଧ ପରିବାର କୁ ସାବୁନ, ମାସ୍କ, ଚୁଡା, ଗୁଡ଼,ଚାଉଳ, ଡାଲି, ଆଳୁ, ଲୁଣ, ବଣ୍ଟନ କରିଛନ୍ତି.|

 

Leave A Reply

Your email address will not be published.