ମୟୂରଭଞ୍ଜ ସାଂସଦଙ୍କ ବିଭିନ୍ନ ବ୍ଲକର କ୍ୱାରେଂଟାଇନ ସେଂଟର ପରିଦର୍ଶନ

0

ବାରିପଦା(ଦିଲ୍ଲୀପ ମହାନ୍ତି )-  କୋଭିଡ଼-୧୯ର ସଫଳ ମୁକାବିଲା ନିମନ୍ତେ ଲକଡାଉନ ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ପଜିଟିଭ କେଶ ଆସିନଥିବାରୁ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ତେବେ ସରକାର ପ୍ରବାସୀ ଓଡିଆ ଶ୍ରମିକ ତଥା ଛାତ୍ରଛାତ୍ରୀମାନଙ୍କୁ ନିଜନିଜ ଅଂଚଳକୁ ଆଣିବାର ଯୋଜନା ଆରମ୍ଭ କରିଦେଇଥିବାରୁ ମୟୂରଭଞ୍ଜ ସାଂସଦ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ ଥିବା କ୍ୱାରେଂଟାଇନ ସେଂଟରମାନ ପରିଦର୍ଶନ କରିଥିବାର ସୂଚନା ମିଳିଛି ।  ଗତ ମେ ୧ରେ ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶର ଟୁଡୁ ବହଳଦା ଓ ତିରିଂ ବ୍ଲକ ଅଂଚଳ ଗସ୍ତ କରି ବିଭିନ୍ନ କ୍ୱାରେଂଟାଇନ ସେଂଟର ପରିଦର୍ଶନ କରିଥିଲେ ଏବଂ ଜିଲ୍ଲାକୁ ବାହାର ରାଜ୍ୟରୁ ଫେରି ଆସିବା ନିମନ୍ତେ ଚାଲୁ ରହିଥିବା ରେଜଷ୍ଟ୍ରିସନ  ସଂଖ୍ୟା ଅନୁସାରେ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରେ ଥିବା ବେଡ଼ ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ ବୋଲି କ୍ଷୋଭ ପ୍ରକାଶ କରିିଛନ୍ତି । ଏଣୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଅଧିକ ତପôରତାର ସହିତ କାର୍ଯ୍ୟକରି ଅଧିକ ଲୋକଙ୍କ ପାଇଁ କ୍ୱାରେଂଟାଇନ ହଲର ସୁବନେ୍ଦାବସ୍ତ ସହ ଗାଇଡଲାଇନ ଅନୁସାରେ  ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରିବାକୁ ଦାବି କରିଛନ୍ତି ।

 

 

Leave A Reply

Your email address will not be published.