ଅର୍ନ୍ତଜାତୀୟ ଶ୍ରମୀକ ଦିବସ ପାଳିତ

0 1

ବାରିପଦା- ( ଦିଲ୍ଲୀପ ମହାନ୍ତି )- କରୋନା ପାଇଁ ଲକଡାଉନ ଚାଲିଥିବା ବେଳେ ଲକ ଡାଉନ ନିୟମକୁ ଧ୍ୟାନରେ ରଖି ସାମାଜିକ ଦୂରତା ବଜାୟ ରଖାଯାଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମୟୂରଭଞ୍ଜ ଜିଲ୍ଲା ପରିଷଦ ପକ୍ଷରୁ ତୁଳସୀଚୌରା ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଦୁ ମିଶ୍ର ଲାଲ ପତାକା ଉତୋଳନ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ରାଜ୍ୟ ସହ ସମ୍ପାଦକ ସାଥୀ ପ୍ରଶାନ୍ତ ମିଶ୍ର ମଇ ଦିବସର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରମିକ ଶ୍ରେଣୀ ତାର ଐତିହାସିକ ଭୂମିକା ପାଇଁ ଚିରଦିନ ବିଶ୍ୱ ଇତିହାସରେ ଅମର ରହିବେ ବୋଲି କହିଥିଲେ ଏବଂ ସମସ୍ତଙ୍କୁ ଏକ ଶୋଷଣମୁକ୍ତ, ବୈଷ୍ୟମ ମୁକ୍ତ ସମାଜ ଗଠନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଥୀ ଶ୍ରୀକାନ୍ତ ସାମଲ, ମୁକୁନ୍ଦ ବିଶୋଇ, ମମତାଜ ବକ୍ସ, ମଦନ ମୋହନ ଦାସ, ଚିତରଞ୍ଜନ ବାରିକ, ବିକାଶ ପାତ୍ର ପ୍ରମୁଖ ଯୋଗଦେଇ ମଇ ଦିବସର ତାପôର୍ଯ୍ୟ , ଲକ୍ଷ ଓ ଉଦେ୍ଧଶ୍ୟ ଉପରେ  ଆଲୋଚନା କରିଥିଲେ ।

Leave A Reply

Your email address will not be published.