ଭୁବନେଶ୍ୱର(ଶାସକ ପ୍ରଶାସକ) : ପୁଣି ଆଉ ଏକ ଜିଲ୍ଲା ଗଞ୍ଜାମରେ ପଶିଛି କରୋନା | କରୋନା ଆବିର୍ଭାବ ହେବା ପରେ ପ୍ରଥମ ଥର ପାଇଁ ଗଞ୍ଜାମରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ କରୋନା ପଜିଟିଭ | ଦୁହେଁ ସୁରାଟ ଫେରନ୍ତା | ସେହିପରି ଝାରସୁଗୁଡା ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ପହଁଚିଲା ୧୬୦ରେ | ଗଂଜାମ ଜିଲ୍ଲାର ଆକ୍ରାନ୍ତ ଦୁଇଜଣ ହେଉଛନ୍ତି ପୁରୁଷ | ବୟସ ଯଥାକ୍ରମେ ୧୭ ବର୍ଷ ଓ ୨୨ ବର୍ଷ | ଝାରସୁଗୁଡ଼ାରେ ଚିହ୍ନଟ ହୋଉଥିବା ଆକ୍ରାନ୍ତ ଜଣକ ହେଉଛନ୍ତି ଜଣେ ମହିଳା , ତାଙ୍କ ବୟସ 40 ବର୍ଷ | ସେମାନଙ୍କ କଣ୍ଟାକଟ ଟ୍ରେସିଙ୍ଗ ଚାଲିଛି |
Sign in
Sign in
Recover your password.
A password will be e-mailed to you.